ETV Bharat / city

ଜିଲ୍ଲାପାଳଙ୍କ PA ମୃତ୍ୟୁ ମାମଲା, OHRC ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ - manish agarwal

ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା । ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହେଲେ ମୃତ ପିଏଙ୍କ ସ୍ତ୍ରୀ । 4 ପୋଲିସ ଅଧିକାରୀଙ୍କ ବଦଳି ଦାବି । ଅଧିକ ପଢନ୍ତୁ..

ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା, OHRC ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ

author img

By

Published : Nov 16, 2020, 9:05 PM IST

ଭୁବନେଶ୍ବର: ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ପତ୍ନୀ । ମାଲକାନଗିରିର ଏସପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ବଦଳି ଦାବି କରିଛନ୍ତି ପତ୍ନୀ ବନଜା ପଣ୍ଡା । ଏମାନେ (ହତ୍ୟା ମାମଲା ଅଭିଯୁକ୍ତ) ପ୍ରମାଣ ନଷ୍ଟରେ ସହଯୋଗ କରିଥିବା ସହ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତକ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ । ସେ ମାଲକାନଗିରି ଏସ୍‌ପି, SDPO, DIB ଇନ୍ସପେକ୍ଟର, IICଙ୍କ ବଦଳି ଦାବି କରିଛନ୍ତି ।

ଅନ୍ୟପଟେ ଏହି ସମସ୍ତଙ୍କୁ ଜିଲ୍ଲା ବାହାରକୁ ବଦଳି ନ କରାଗଲେ ତଦନ୍ତରେ ବଧାପ୍ରାପ୍ତ ହେବ ବୋଲି ସୂଚନା ଦିଆଯାଇଛି । ସୂଚନା ମୁତାବକ ବନଜା ପଣ୍ଡା ଇମେଲ ମାଧ୍ୟମରେ କେସ୍ ଫାଇଲ କରିଥିବା ବେଳେ ବନଜାଙ୍କ ଓକିଲ ଆଜି ରାଜ୍ୟ ମାନବାଧିକାର ଆୟୋଗ ନିକଟରେ ଏକ ପିଟିସନ ଦାଖଲ କରିଛନ୍ତି । ଅନ୍ୟପଟେ ଆଜି ମାଲକାନଗିରି ଜିଲ୍ଳାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ହୋଇଛି ।

ପ୍ରକାଶ ଯେ, 2019 ଡିସେମ୍ବର 28 ରେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଜଳଭଣ୍ଡାରରୁ ଉଦ୍ଧାର କରାଯାଇଥିଲା । ଏହା ପରେ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା ବେଳେ ଜିଲ୍ଲାପାଳଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର ଲୋକ । ଜିଲ୍ଲାପାଳଙ୍କ ସମେତ ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ଜଣେ ଷ୍ଟେନୋ ଏବଂ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ନାଁରେ ପିଏଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଅଣାଯାଇଛି । ଏପରିକି ପୋଲିସ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ଦେବ ନାରାୟଣଙ୍କ ସ୍ତ୍ରୀ ବନଜା ଏସଡିଜେଏମ କୋର୍ଟରେ 4 କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରି କେସ୍ ଦାଖଲ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ମାଲାକାନଗିରି ପୋଲିସ ମାମଲା ରୁଜୁ କରିଛି ।

ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.