ETV Bharat / city

ହାଡଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ, ଫୁଲବାଣୀ ସୁବୁଠୁ ଥଣ୍ଡା ସହର

ଦିନ ବଢିବା ସାଙ୍ଗକୁ ରାଜ୍ୟରେ ବଢୁଛି ଶୀତ ଲହରୀ। କୁହୁଡିର ମଧ୍ୟ ସ୍ତର ବଢିବା ସହିତ ସକାଳ ସମୟରେ ଯାତାୟତରେ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

author img

By

Published : Dec 22, 2020, 11:43 AM IST

ହାଡଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ, ଫୁଲବାଣୀ ସୁବୁଠୁ ଥଣ୍ଡା ସହର
ହାଡଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ, ଫୁଲବାଣୀ ସୁବୁଠୁ ଥଣ୍ଡା ସହର

ଭୁବନେଶ୍ବର: କମୁଛି ପାରଦ, ବଢୁଛି ଶୀତ । ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ଟି ସହରର ପାରଦ। ଯାହା ଫଳରେ ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ତେବେ ସବୁଠୁ ଅତ୍ୟଧିକ ମାତ୍ରାରେ ଶୀତ ଫୁଲବାଣୀରେ ଅନୁଭୂତ ହେଉଛି । ଜିଲ୍ଲାରେ ମଙ୍ଗଳବାର ସକାଳୁ 4 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ନିକଟରେ ଜିଲ୍ଲାର ଦାବିରଙ୍ଗବାଡିରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ ଏବଂ କଳାହାଣ୍ଡିରେ ଶୀତଲହରୀ ଅନୁଭୂତ ହୋଇଛି। ଫୁଲବାଣୀରେ ୪, ଦାରିଙ୍ଗବାଡିରେ ୫.୫, ଅନୁଗୁଳରେ ୬, କୋରାପୁଟ ୬.୬, ଝାରସୁଗୁଡାରେ ୭.୫, ଭବାନୀପାଟଣା ଠାରେ ୭.୨,ବାରିପଦାରେ ୮.୫, ବଲାଙ୍ଗୀର ଠାରେ ୮.୮, ଟିଟଲାଗଡରେ ୯, ସୋନପୁରରେ ୯.୨ କେନ୍ଦୁଝର ୯.୩, ଏବଂ ବୌଦ୍ଧରେ ୯.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଟ୍ବିନ ସିଟି କଟକରେ ୧୦.୫ ଡିଗ୍ରୀ ଏବଂ ଭୁବନେଶ୍ବର ୧୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତ ଲହରୀ ଜାରି ରହିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.