ETV Bharat / city

ରାଜ୍ୟରେ ଶୀତ ଲହରି ଜାରି, ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ - ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସହିତ କୋଲ୍ଡ ୱେଭ ବହିବାର ସମ୍ଭାବନା ରହିଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ 18ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଥିବା ବେଳେ 4ଟି ଜିଲ୍ଲାକୁ ୟଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

bhubaneswar
ରାଜ୍ୟରେ ଶୀତ ଲହରୀ ଜାରି, ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ
author img

By

Published : Dec 28, 2019, 7:30 PM IST

ଭୁବନେଶ୍ବର: ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସହିତ ଶୀତ ଲହରି ବହିବାର ସମ୍ଭାବନା ରହିଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର 18ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଥିବା ବେଳେ 4ଟି ଜିଲ୍ଲାକୁ ୟଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

bhubaneswar
ରାଜ୍ୟରେ ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ରାଜ୍ୟର ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଆଦି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ସୂଚନା ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ 27 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସର୍ବନିମ୍ନ ସୋନପୁର ଠାରେ 4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

bhubaneswar
ରାଜ୍ୟରେ ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ରାତ୍ରି ସମୟରେ ପ୍ରବଳ ଥଣ୍ଡା ପଡୁଥିବାରୁ ସେହି ସମୟରେ ବୟସ୍କ ଓ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି । ସେହିପରି ବାସହରା ଲୋକମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଆଶ୍ରୟ ସ୍ଥଳୀ ଭାବରେ ବ୍ୟବହାର କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ସମେତ ବ୍ଲକ, ତହସିଲ ଓ ପଞ୍ଚାୟତର ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପ୍ରବଳ ଶୀତ ଅନୁଭୂତ ହେଉଛି । ଏହା ସହ କୋଲ୍ଡ ଓ୍ଵେଭ ପ୍ରବଳ ମାତ୍ରାରେ ବହିବା ସମ୍ବାବନା ରହିଛି ଏହିକୁ ଆଖିଆଗରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି ।ଏହା ସହ ରାତ୍ରି ସମୟରେ ବୟସ୍କ ଶିଶୁ ମାନଙ୍କୁ ଉପଯୁକ୍ତ ଯତ୍ନ ସହ ରହିବା ପାଇଁ କୁହାଯାଇଛି ।Body:ଏହା ସହ ଖୋଲା ସ୍ତାନରେ ରହୁଥିବା ବାସହରା ଲୋକମାନଙ୍କୁ ଆଶ୍ରୟ ସ୍ତଳି ରରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ ବୋଲି ଏସଏରସି ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।ଏହା ସହ ବ୍ଲକ ଓ ତହସିଲଦାର ଓ ପଞ୍ଚାୟତ ଅଧିକାରୀ ମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ ସମଗ୍ର ରାଜ୍ୟରେ ଏବେ ଅଶହ୍ୟ ଶୀତ ।୧୮ ଜିଲ୍ଲାରେ ଏବେ ରେଡ୍ ଓ୍ଵାର୍ଣ୍ଣି ଥିବା ବେଳେ ୪ଜିଲ୍ଲା କୁ ୟେଲୋ ଓ୍ଵାର୍ଣ୍ଣି ଦେଇଛି ପାଣିପାଗ ବିଭାଗ ।ଏହା ସହ ୧୦ ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି ।

Conclusion:ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୁରଭଂଜ, ଝାରସୁଗୁଡ, ସମ୍ବଲପୁର, ବରଗଡ, ଢେଙ୍କାନାଳ,ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନୁପର ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀରରେ ଜାରି କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.