ETV Bharat / city

ବଢୁଛି ଶୀତର ପ୍ରକୋପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ଅର୍ଥାତ ବୁଧବାର ଡିସେମ୍ବର ୨୩ ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ତୀବ୍ର ଶୀତ ଲହରୀ ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକ ପଢନ୍ତୁ..

author img

By

Published : Dec 22, 2020, 10:01 PM IST

ବଢୁଛି ଶୀତର ପ୍ରକୋପ  ,  ଏହି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଲହରୀ ଜାରି ରହିଛି । ଏପରିକି ଚଳିତ ବର୍ଷର ପ୍ରଥମ ତୁଷାର ପାତ ମଧ୍ୟ ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ଅର୍ଥାତ ବୁଧବାର ଡିସେମ୍ବର ୨୩ ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ତୀବ୍ର ଶୀତ ଲହରୀ ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସୁନ୍ଦରଗଡ଼,ଅନୁଗୁଳ,କଳାହାଣ୍ଡି,ଝାରସୁଗୁଡା ଏବଂ ଢେଙ୍କାନାଳ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୬ ଡିଗ୍ରୀ କମିପାରେ ବୋଲି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ଥଣ୍ଡାଜନିତ ରୋଗ ହୋଇପାରେ । ତେଣୁ ରାତ୍ରି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମୟୁରଭଞ୍ଜ, ବୌଦ୍ଧ, ସୋନପୁର, କୋରାପୁଟ, ନବରଙ୍ଗପୁର, ଦେବଗଡ଼, କଟକ, କନ୍ଧମାଳ, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ବର ଓ କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇବ, ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ ଅନୁଗୁଳ ଜିଲ୍ଲାରେ ତୀବ୍ର ଶୀତ ଅନୁଭୂତ ହୋଇଛି। ପ୍ରାୟ ୧୨ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ତାପମାତ୍ରା ରେକର୍ଡ ହୋଇଛି। ଅନୁଗୁଳ ଠାରେ ତୀବ୍ର ଶୀତ ଲହରୀ, ସୁନ୍ଦରଗଡ଼, ଝାରସୁଗୁଡା, କୋରାପୁଟ ଏବଂ କଳାହାଣ୍ଡିରେ ଶୀତଲହରୀ ଅନୁଭୂତ ହେଉଛି । ୧୦ ଡ଼ିଗ୍ରୀ ତଳେ ୧୨ ସହରରେ ପାରଦ । ଫୁଲବାଣୀରେ ୪, ଦାରିଙ୍ଗବାଡିରେ ୫.୫, ଅନୁଗୁଳ ଠାରେ ୬, କୋରାପୁଟରେ ୬.୬, ଝାରସୁଗୁଡା ଠାରେ ୭.୫, ଭବାନୀପାଟଣାରେ ୭.୨, ବାରିପଦା ଠାରେ୮.୫, ବଲାଙ୍ଗୀରରେ ୮.୮, ଟିଟଲାଗଡରେ ୯, ସୋନପୁରରେ ୯.୨ କେନ୍ଦୁଝରରେ ୯.୩, ଏବଂ ବୌଦ୍ଧରେ ୯.୫ଡ଼ିଗ୍ରୀ, କଟକ ୧୦.୫ଡ଼ିଗ୍ରୀ, ଭୁବନେଶ୍ବର ୧୧.୭ଡ଼ିଗ୍ରୀ ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.