ETV Bharat / city

Assembly Budget Session: ଅଚଳ ୭୯ ଶୀତଳଭଣ୍ଡାର, କୃଷିମନ୍ତ୍ରୀ କହିଲେ ତଥ୍ୟ ନାହିଁ - ଶୀତଳଭଣ୍ଡାର ନେଇ ଗୃହରେ ତାତି

ଆଜି ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ । ଗୃହର ଉଠିଲା ଶୀତଳ ଭଣ୍ଡାର ପ୍ରସଙ୍ଗ । ଶୀତଳ ଭଣ୍ଡାର ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ

ଶୀତଳଭଣ୍ଡାର ନେଇ ଗୃହରେ ତାତି
ଶୀତଳଭଣ୍ଡାର ନେଇ ଗୃହରେ ତାତି
author img

By

Published : Mar 30, 2022, 1:32 PM IST

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ । ଗୃହର ଉଠିଲା ଶୀତଳ ଭଣ୍ଡାର ପ୍ରସଙ୍ଗ । ଶୀତଳ ଭଣ୍ଡାର ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଶୀତଳ ଭଣ୍ଡାର ନଥିବାରୁ ରାଜ୍ୟରେ ଉତ୍ପାଦିତ ଫଳ ଓ ପନିପରିବା ନଷ୍ଟ ହେବା ଘଟଣା ସରକାରଙ୍କ ନଜରକୁ ଆସିନି। ବିଧାସଭାରେ କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ପ୍ରସଙ୍ଗରେ ତାର ବାହୀନପତି ପ୍ରଶ୍ନ କରିଥିଲେ ଯେ କୃଷି ବିଭାଗ ଅଧିନରେ ପନିପରିବା ସଂରକ୍ଷଣ ପାଇଁ କୃଷି ବିଭାଗ ଅଧିନରେ କେତେ ଶୀତଳ ଭଣ୍ଡାର ଅଛି, ଏହାଛଡା କୃଷିଜାତ ଦ୍ରବ୍ଯ ସଂରକ୍ଷଣ ପାଇଁ ଅନ୍ୟ ବିଭାଗ ଅଧିନରେ କେତେ ଶୀତଳ ଭଣ୍ଡାର ଅଛି ଓ ଶୀତଳ ଭଣ୍ଡାର ନଥିବାରୁ ରାଜ୍ୟରେ ଉତ୍ପାଦିତ କେତେ ପନିପରିବା ନଷ୍ଟ ହେଉଛି ତାର ହିସାବ ମାଗିଥିଲେ ତାରା। ଯାହାର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ।

ଶୀତଳଭଣ୍ଡାର ନେଇ ଗୃହରେ ତାତି

ଏହା ସହ ରାଜ୍ୟରେ କୃଷି ବିଭାଗ ଅଧିନରେ ୪ଟି ଶୀତଳ ଭଣ୍ଡାର ରହିଛି ଯାହାର କ୍ଷମତା ୪୨୦୦ ମେଟ୍ରିକ୍ ଟନ। ସେହିପରି ସମବାୟ ବିଭାଗ ଅଧିନରେ କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ୧୮ଟି ଶୀତଳ ଭଣ୍ଡାର ରହିଛି । ରାଜ୍ୟରେ ମୋଟ 123 ଟି ଶୀତଳ ଭଣ୍ଡାର ଥିବାବେଳେ ସେଥିମଧ୍ୟରୁ 79ଟି ଅଚଳ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର 4 ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା 4 ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ 18 ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ ।

ଏହା ସହ ଆହୁରି କହିଛନ୍ତି ଯେ ଯେହେତୁ ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା 4 ଟଙ୍କା 30 ପଇସା ରହିଛି । ତେଣୁ ରାଜ୍ୟ ସରକାର ଓଇଆରସିକୁ ପ୍ରସ୍ତାଵ ଦେଇଛନ୍ତି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବା ପାଇଁ । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ ।

ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାର ରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ 50 ପ୍ରତିଶତ ରିହାତି ଦେଉଛନ୍ତି । ଏହା ସହ ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା 1 ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶକୁ 700 ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ 1 ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.