ETV Bharat / city

‘କୋଷ୍ଟାଲ ହାଇଓ୍ବେ’ ହେବ ଉପକୂଳ ଓଡିଶାର ଜୀବନ ରେଖା: ଧର୍ମେନ୍ଦ୍ର - ଦିଘା ଗୋପାଳପୁର ହାଇ ଓ୍ବେ ପ୍ରସଙ୍ଗ

ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ 451 କିମି ଲମ୍ବ ଜାତୀୟ ରାଜପଥ ହେବ ଉକକୂଳ ଓଡିଶାର ଜୀବନ ରେଖା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ......

‘କୋଷ୍ଟାଲ ହାଇଓ୍ବେ’ ହେବ ଉପକୂଳ ଓଡିଶାର ଜୀବନ ରେଖା:  ଧର୍ମେନ୍ଦ୍ର

author img

By

Published : Jan 24, 2021, 9:48 PM IST

ଭୁବନେଶ୍ବର: ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯିବା ପୂର୍ବରୁ କେନ୍ଦ୍ରାପଡାବାସୀଙ୍କୁ ବିକାଶର ଗୋଲାପି ସ୍ବପ୍ନ ଦେଖାଇଛନ୍ତି ଧର୍ମେନ୍ଦ୍ର। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ ବସ୍ତୃତ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ।

ବିଭିନ୍ନ ପ୍ରକଳ୍ପ ମଧ୍ୟରୁ କେନ୍ଦ୍ରାପଡାରେ ଜିଲ୍ଲା ମଧ୍ୟ ଦେଇ ହେବାକୁ ଥିବା କୋଷ୍ଟାଲ ହାଇଓ୍ବେ ଜିଲ୍ଲାର ଜୀବନ ରେଖା ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡିଶା ଉପକୂଳ ଦେଇ ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ 451 କିମି ଲମ୍ବ 9 ହଜାର କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଉପକୂଳ ରାଜପଥ କେନ୍ଦ୍ରାପଡା ଜିଲ୍ଲା ତଥା ରାଜ୍ୟର ଉପକୂଳ ଅଞ୍ଚଳ ପାଇଁ ବିକାଶର ନୂଆ ଧାରା ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ଏହି କୋଷ୍ଟାଲ ହାଇଓ୍ବେ ନିର୍ମାଣ କାମ ହାତକୁ ନେବା । ଏହି ପ୍ରକଳ୍ପର କାର୍ଯ୍ୟକାରୀ ହୋଇପାରିଲେ ପୁର୍ବ ଓଡିଶା ବିକାଶର ନୂଆ ପ୍ରୟୋଗଶାଳା ହୋଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ମହାକାଳପଡାର ମହାନଦୀ ମୁହାଣରେ ହେବାକୁ ଥିବା ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ସହ ଏହି ଉପକୂଳ ଜାତୀୟ ରାଜପଥ ଓ ନଦୀ ଭିତ୍ତିକ ବନ୍ଦର ଜିଲ୍ଲାରେ ଯୋଗାଯୋଗର ଓ ପରିବହନରେ ନୂଆ ବିପ୍ଳବ ଆଣିବ । ଯାହା ଫଳରେ ଶିଳ୍ପ ସ୍ଥାପନ ଓ ବ୍ୟବସାୟ ପାଇଁ ନୂଆ ଭିତ୍ତିଭୁମୀ ଯୋଗାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅନ୍ୟ ଏକ ପ୍ରକଳ୍ପ ହରିଦାସପୁର- ପାରାଦ୍ବୀପ ରେଳ ସଂଯୋଗ ହେବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଉକ୍ତ ରୁଟରେ ଖୁବଶୀଘ୍ର ଟ୍ରେନସେବା ଆରମ୍ଭ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଏହି ସେବା ପ୍ରଧାନମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ବ୍ୟୁରୋରି ପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.