ETV Bharat / city

ବଦଳିଲା କୋଷ୍ଟାଲ ହାଇଓ୍ବେ ନକ୍ସା, ଅସନ୍ତୋଷ ଝାଡିଲା ବିଜେଡି - bharat mala yojana

ଭାରତ ସରକାରଙ୍କ ଭାରତମାଳା ଯୋଜନାରେ ରାଜ୍ୟକୁ ଝଟକା । କୋଷ୍ଟାଲ ହାଇଓ୍ବେ ନକ୍ସାରେ ହୋଇଛି ପରିବର୍ତ୍ତନ । କ୍ଷୋଭ ପ୍ରକାଶ କଲା ବିଜେଡି । ଅଧିକ ପଢନ୍ତୁ...

ବଦଳିଲା କୋଷ୍ଟାଲ ହାଇଓ୍ବେ ନକ୍ସା, ଅସନ୍ତୋଷ ବିଜେଡି

author img

By

Published : Jan 28, 2021, 8:28 PM IST

ଭୁବନେଶ୍ବର: ଭାରତ ସରକାରଙ୍କ ଭାରତମାଳା ଯୋଜନାରେ ରାଜ୍ୟକୁ ଝଟକା । ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ ହାଇଓ୍ବେ ରାଜ୍ୟରେ ସଙ୍କୁଚିତ ହେଉଛି । ଗତ ଛଅ ବର୍ଷ ତଳେ ଘୋଷଣା ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନଥିବାବେଳେ ବାରମ୍ବାର ନକ୍ସା ବଦଳକୁ ନେଇ ବିଜେଡି କ୍ଷୋଭ ପ୍ରକାଶ କରିଛି ।

ବଦଳିଲା କୋଷ୍ଟାଲ ହାଇଓ୍ବେ ନକ୍ସା, ଅସନ୍ତୋଷ ବିଜେଡି

ସୂଚନା ମୁତାବକ, କୋଷ୍ଟାଲ ହାଇଓ୍ବେ ନକ୍ସାରେ ଏବେ ପରିବର୍ତ୍ତନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ଯିବାକୁ ଥିବା ଏହି ହାଇଓ୍ବେକୁ ସଙ୍କୁଚିତ କରାଯାଇଛି । ନୂତନ ନକ୍ସା ଅନୁସାରେ ଗୋପାଳପୁର କି ସାତପଡା ନୁହେଁ, ଖୋର୍ଦ୍ଧା ଟାଙ୍ଗୀ ଠାରୁ ଆରମ୍ଭ ହୋଇ ଦୀଘା ପରିବର୍ତ୍ତେ ରତନପୁରରେ ଶେଷ ହେବ ହାଇଓ୍ବେ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ଆପତ୍ତିକୁ ଭିତ୍ତି କରି ନୂଆ କୋଷ୍ଟାଲ ହାଇଓ୍ବେର ନକ୍ସା ପ୍ରସ୍ତୁତ ହୋଇଛି । ଏହି ଜାତୀୟ ରାଜପଥ 16 ନଂ ଖୋର୍ଦ୍ଧା ଟାଙ୍ଗୀ ଠାରୁ ଆରମ୍ଭ ହେବ ଏବଂ ପୁରୀ, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପ ପୋର୍ଟ ଦେଇ ଜାତୀୟ ରାଜପଥ ୫୩ ନଂରେ ଶେଷ ହେବ। ତେବେ ଏ ବାବଦରେ ଆଲୋଚନା କରି କେନ୍ଦ୍ରକୁ ଜଣାଇବୁ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

ସେପଟେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ୨୦୧୫ରେ ଏହି ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ । ୬ ବର୍ଷ ବିତିଗଲା ହେଲେ କାମ ଆରମ୍ଭ ହୋଇପାରିଲା ନାହିଁ ଏବଂ ବର୍ତ୍ତମାନ ଏହାକୁ କାଣ୍ଟଛାଟ କରିବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ପ୍ରତି ଆନ୍ତରିକତା ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଥିବା କହିଛନ୍ତି ସଞ୍ଜୟ।

ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରେ ଓଡ଼ିଶା ମଧ୍ୟ ଦେଇ ୪୪୦ କିଲୋମିଟର କୋଷ୍ଟାଲ ହାଇୱେ ନିର୍ମାଣ ହୋଇଥାନ୍ତା । ୨୦୧୯ ନଭେମ୍ବର ୧୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ୩୭୦ କିଲୋମିଟର କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏହାକୁ ସରକାରଙ୍କ ପକ୍ଷରୁ ଅନୁମତି ମଧ୍ୟ ମିଳିଥିଲା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.