ଭୁବନେଶ୍ବର: ରାଜ୍ୟର ସମସ୍ତ ସମବାୟ ସମିତି, ବ୍ୟାଙ୍କ ପାଇଁ ନିର୍ବାଚନ ହେବ। ଏନେଇ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛନ୍ତି ସରକାର। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ସୁନ୍ଦରଲଲ ସିଲଙ୍କୁ ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତି ଦିଆଯାଇଛି। 5 ବର୍ଷ ପାଇଁ ସେ ଏହି ପଦବୀରେ ରହିବେ। ସମବାୟ ସମିତି ଗୁଡିକ ସ୍ବତନ୍ତ୍ର, ସ୍ବାୟତ ଓ ଗଣତାନ୍ତ୍ରିକ ସଂସ୍ଥା।

ସମ୍ବିଧାନର ୨୪୩ ଧାରା ଅନୁଯାୟୀ ସମବାୟ ସମିତିର ଗଣତାନ୍ତ୍ରିକ ଚରିତ୍ର ବଜାୟ ରଖିବା ପାଇଁ କାର୍ଯ୍ୟକାଳ ପୂରିବା ପୂର୍ବରୁ ନୂଆ ନିର୍ବାଚନ କରିବା ପାଇଁ ନିୟମ ରହିଛି। ଏହା ଦ୍ବାରା ପୁରୁଣା କମିଟି ପାଖରୁ ସିଧାସଳଖ ନୂଆ ନିର୍ବାଚିତ ପରିଷଦ ଦାୟିତ୍ବ ଗ୍ରହଣ କରିପାରିବେ।
ଜାନୁଆରୀ ୨୦ ରୁ ଫେବୃଆରୀ ୨୦ ତାରିଖ ଭିତରେ ସମସ୍ତ ପ୍ରାଥମିକ ସମବାୟ ସମିତିର ଅବଧି ପୂରଣ ହେଇଛି। ଅବଧି ପୂରଣ ହେବାର ୬ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ବ ହୋଇ ଶେଷ ହେବା କଥା। କିନ୍ତୁ ରାଜ୍ୟ ସରକାର ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ନକରି ବେଆଇନ ଭାବେ ସରକାରୀ ଅଧିକାରୀଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ଦେଇଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ