ETV Bharat / city

BJDର ମିଶନ 2024: ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ନବୀନ

author img

By

Published : Apr 23, 2022, 2:01 PM IST

Updated : Apr 23, 2022, 2:21 PM IST

ନବୀନ ନିବାସରେ ଆରମ୍ଭ ହୋଇଛି ବିଜେଡିର ସାଙ୍ଗଠନିକ ସ୍ତରର ବୈଠକ । ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ । ଅଧିକ ପଢନ୍ତୁ

ବିଜେଡିର ମିଶନ 2024: ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ନବୀନ

ଭୁବନେଶ୍ବର: ବିଜେଡିର ମିଶନ 2024 । ନବୀନ ନିବାସରେ ଆରମ୍ଭ ହୋଇଛି ବିଜେଡିର ସାଙ୍ଗଠନିକ ସ୍ତରର ବୈଠକ । ପର୍ଯ୍ୟାୟ କ୍ରମେ 3 ଦିନ ଧରି ଏହି ବୈଠକ ଚାଲିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେଡି ସଭାପତି ନବୀନ ପଟ୍ଟନାୟକ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଦୀର୍ଘ 2 ବର୍ଷ ପରେ ଫେସ-ଟୁ-ଫେସ କଥା ହୋଇଛନ୍ତି ।

BJDର ମିଶନ 2024: ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ନବୀନ

ବୈଠକର ପ୍ରଥମ ଦିନରେ 11 ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ କଥା ହୋଇଛନ୍ତି ନବୀନ । ପୂର୍ବାହ୍ନ ଓ ମଧ୍ୟାହ୍ନରେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡା, ବାଲେଶ୍ଵର, ନୟାଗଡ଼, ଅନୁଗୋଳ, ନବରଙ୍ଗପୁର, ଢେଙ୍କାନାଳ, ସୁନ୍ଦରଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନେଇ ହୋଇଛି ମାନସ ମନ୍ଥନ । ଅପରାହ୍ନ ଓ ସନ୍ଧ୍ୟାରେ ରାୟଗଡା, ଗଜପତି ଓ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି ନବୀନ ।

ସୋମବାର ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଚାଲିବ ଏହି ସମୀକ୍ଷା ବୈଠକ । ପ୍ରଥମ ଦିନରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, କେନ୍ଦ୍ରାପଡା ଜିଲ୍ଲାର ଦେବାଶିଷ ସାମନ୍ତରାୟ, ବାଲେଶ୍ଵର ଜିଲ୍ଲାର ପ୍ରତାପ ଦେବ, ନୟାଗଡ଼ ଜିଲ୍ଲାର ପଦ୍ମନାଭ ବେହେରା, ଅନୁଗୋଳ ଜିଲ୍ଲାର ପ୍ରଶାନ୍ତ ମୁଦୁଲି, ନବରଙ୍ଗପୁର ଜିଲ୍ଲାର ତୁଷାର କାନ୍ତି ବେହେରା, ଢେଙ୍କାନାଳ ଜିଲ୍ଲାର ବିଜୟ ନାୟକ, ସୁନ୍ଦରଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ପ୍ରୀତି ରଞ୍ଜନ ଘଡେଇଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଅପରାହ୍ନରେ ରାୟଗଡା, ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଓ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ସମୀର ରଞ୍ଜନ ଦାଶଙ୍କ ସହ ଆଲୋଚନା କରିଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 23, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.