ଭୁବନେଶ୍ବର: ଆଜି ‘ଗରିମା’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ପ୍ଲାଟଫର୍ମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ବିଶେଷକରି ବିଭିନ୍ନ ଟାଙ୍କି ସଫେଇ କାର୍ଯ୍ୟରେ ନିୟୋଜିତ ପରିମଳ ଶ୍ରମିକଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ।
ଏହି ଯୋଜନା ମାଧ୍ୟମରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ମଜୁରୀ, ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା, ରାଜ୍ୟ ଆୟୋଗ ଗଠନ, କଷ୍ଟ କାର୍ଯ୍ୟ ପାଇଁ ଅଧିକ ସହାୟତା, ଦୁଇ ଚକିଆ ଯାନ ପାଇଁ ଋଣ, ମାଗଣା ସ୍ବାସ୍ଥ୍ୟ ସୁବିଧା, ଦୁର୍ଘଟଣା ବୀମା, ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବେ ସରକାର।
ଏନେଇ 50 କୋଟି ଟଙ୍କାର ପାଣ୍ଠି ଗଠନ କରାଯିବ। ତେବେ ଏହି ଯୋଜନାର ଆଜି ଶୁଭାରମ୍ଭ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ