ETV Bharat / city

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବାଣ୍ଟିବେ BSKY ସ୍ମାର୍ଟ କାର୍ଡ - BSKY

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ଓୟୁଏଟି ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ....

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ହିତାଧିକାରୀଙ୍କୁ ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

author img

By

Published : Nov 8, 2021, 7:16 AM IST

Updated : Nov 8, 2021, 10:25 AM IST

ଭବାନୀପାଟଣା: ଜିଲ୍ଲାରେ ବଦଳିବ ସ୍ବାସ୍ଥ୍ୟ ସେବାର ଚିତ୍ର । ଏନେଇ ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଭବାନୀପାଟଣା ଓୟୁଏଟି କଲେଜ ପଡ଼ିଆରେ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ ଅନେକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ୧୭ ଗୋଟି ସ୍ଥାନରେ ୪୦୭ ୧୦୪ ଟି କାର୍ଡ ବଣ୍ଟନ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ମନ୍ତ୍ରୀ ମାନଙ୍କ ଦ୍ବାରା ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ।

ତେବେ ମମିତା ମେହେର ହତ୍ୟା ଘଟଣାକୁ ନେଇ ଜିଲ୍ଲାରେ ରାଜନୀତି ଏବେ ଉଷ୍ମ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଚର୍ଚ୍ଚାରେ ରହିଛି । ସେପଟେ ବିରୋଧି କଂଗ୍ରେସ ତରଫରୁ ଆଜି ୧ ଘଣ୍ଟିଆ ଜନତା କର୍ଫ୍ୟୁ ଡାକରା ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Nov 8, 2021, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.