ଭୁବନେଶ୍ବର: ଲଦାଖରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ ସେନା । ଯେଉଁଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚୀନର 43 ଜଣ ସୈନ୍ୟ ମୃତାହତ ହୋଇଥିବା ଖବର ମିଳିଛି । ତେବେ ଏହି ସମୟରେ ସମସ୍ତେ ଏକ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ବୀର ଯବାନଙ୍କ ପାଇଁ ସମସ୍ତେ ଏକାଠି ହୋଇ ସାଲ୍ୟୁଟ କରିବାକୁ ସେ କହିଛନ୍ତି । ଏହାସହ ବୀର ଶହୀଦଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି ସେ ଟ୍ବିଟ୍ କରି ଜଣାଇଛନ୍ତି ।
ସୂଚନାଥାଉକି, ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଜୁନ୍ 15-16 ତାରିଖ ରାତିରେ ଏହି ଅଘଟଣ ଘଟିଛି । ସେପଟେ ଚୀନ ସେନାର ମଧ୍ୟ 43 ଜଣ ସୈନ୍ୟ ମୃତାହତ ହୋଇଥିବା ଖବର ମିଳିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ