ETV Bharat / city

ପ୍ରଶଂସାର ପାତ୍ର ନିକୁଞ୍ଜ, ବାପାଙ୍କ ମୃତ୍ୟୁ ପରେ ବି କରୁଥିଲେ କୋରୋନା ବୈଠକ - ପ୍ରଶଂସାର ପାତ୍ର ନିକୁଞ୍ଜ

ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମଧ୍ୟ କାର୍ଯ୍ୟ କ୍ଷେତ୍ର ଛାଡ଼ିନଥିଲେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଏପରି କର୍ତ୍ତବ୍ୟ ପରାୟଣତା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

praise-be-to-health-secretary-nikunj-bihari-dhala

author img

By

Published : Mar 17, 2020, 7:40 PM IST

Updated : Mar 17, 2020, 8:57 PM IST

ଭୁବନେଶ୍ବର: କର୍ତ୍ତବ୍ୟ ପରାୟଣତା ଆଗରେ ପରିବାରକୁ ପଛ କଲେ ସ୍ବାସ୍ଥ୍ୟ ସଚିବ । ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମଧ୍ୟ କାର୍ଯ୍ୟ କ୍ଷେତ୍ର ଛାଡ଼ିନଥିଲେ ନିକୁଞ୍ଜ ବିହାରୀ ଧଳ । ରାଜ୍ୟବାସୀଙ୍କ ବିପତ୍ତି ବେଳେ ସ୍ବାସ୍ଥ୍ୟ ସଚିବଙ୍କ ଏପରି କର୍ତ୍ତବ୍ୟ ନିଷ୍ଠା ବର୍ତ୍ତମାନ ଚର୍ଚ୍ଚା ପାଲଚିଛି । ସେପଟେ ଅଧିକାରୀଙ୍କ ଏହି କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ପ୍ରଶଂସାର ପାତ୍ର ନିକୁଞ୍ଜ, ବାପାଙ୍କ ମୃତ୍ୟୁ ପରେ ବି କରୁଥିଲେ କୋରୋନା ମୁକାବିଲା

କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଛି ସ୍ବାସ୍ଥ୍ୟ ବିଭାଗ। ଯେହେତୁ କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କରିଛନ୍ତି ତେଣୁ ନୋଡାଲ ବିଭାଗର ଅଧିକ ଦାୟିତ୍ବ ରହିଛି। ଯେଉଁଥିପାଇଁ ଲୋକସଭା ଭବନରେ କରନା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଚାଲିଥିଲା ବେଳେ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ବାପାଙ୍କ ମୃତ୍ୟୁ ଖବର ଆସିଥିଲା। କିନ୍ତୁ ସଚିବ ଅଧାରୁ ବୈଠକ ଛାଡି ଯାଇନଥିଲେ।

ସବୁ କାମ ସରିବା ପରେ ସେ ତାଙ୍କ ବାପାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାକୁ ଗାଁ ଯାଜପୁରର ବିଂଝାରପୁରକୁ ଯାଇଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ସତ୍ତ୍ବେ ନିଜର କର୍ତ୍ତବ୍ୟକୁ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ଧନ୍ୟବାଦ ଦେଇଛନ୍ତି। ଏନେଇ ଆଜି ଗୀତାଗୋବିନ୍ଦ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ସରକାରଙ୍କ ମୁଖପାତ୍ର ସୁବ୍ରତ ବଗଚୀ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 17, 2020, 8:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.