ETV Bharat / city

ଟିଭିରେ ରଥଯାତ୍ରା ଦେଖିଲେ ନବୀନ, ପୁରୀବାସୀଙ୍କୁ ଦେଲେ ଧନ୍ୟବାଦ

author img

By

Published : Jul 12, 2021, 8:31 PM IST

ଟିଭିରେ ଦେଖିଲେ ଘୋଷଯାତ୍ରା, ସେବାୟତଙ୍କ ସହ ପ୍ରଶାସନ ଓ ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

CM naveen pattnaik, Cm thanked temple Sevayat, puri district administration, people of puri,  successful completion of ghosa jatra,  ସଫଳ ଘୋଷଯାତ୍ରା, ସେବାୟତଙ୍କୁ ନବୀନଙ୍କ ଧନ୍ୟବାଦ,  ପୁରୀବାସୀଙ୍କୁ ନବୀନଙ୍କ ଧନ୍ୟବାଦ, ରଥଯାତ୍ରା, ଗୁଣ୍ଡିଚା ଯାତ୍ରା
ଟିଭିରେ ଗୁଣ୍ଡିଚା ଦେଖିଲେ ନବୀନ, ପୁରୀବାସୀଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଯୋଗୁଁ ରଥଯାତ୍ରା କଟକଣାରେ ପାଳନ ହେଉଛି । ତେଣୁ ବଡ଼ ଦାଣ୍ଡରେ ଜଗତର ନାଥଙ୍କୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଟିଭି ପରଦାରେ ପ୍ରଭୁଙ୍କ ଘୋଷଯାତ୍ରା ଦେଖି ଆନନ୍ଦ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସୁରୁଖୁରୁରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାରୁ ସେବାୟତ, ପ୍ରଶାସନ ଓ ଜନସାଧାରଣଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଦେଇଛନ୍ତି ନବୀନ ।

ଘରେ ବସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଟିଭି ପରଦାରୁ ଶ୍ରୀଜଗନ୍ନାଥଙ୍କୁ ନମନ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ(5T) ଭି କେ ପଣ୍ଡିଆନ ମଧ୍ୟ ରଥଯାତ୍ରା ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ଼ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।

ତିନିରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ସେବାୟତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ସେହିପରି ମହାପ୍ରଭୁଙ୍କ ଯାତ୍ରା ଯେପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବୋପରି କୋଭିଡ଼ କଟକଣା ମଧ୍ୟରେ ଆଜିର ଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି, ତାହା ନିଶ୍ଚୟ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ବୋଲି ନବୀନ କହିଛନ୍ତି । ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.