ETV Bharat / city

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ - କଳାହାଣ୍ଡି, ସୁନ୍ଦରଗଡ଼ ପରେ ଏବେ ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ । 4000 କୋଟି ଟଙ୍କାର ବିକାଶମୂଳକ ପ୍ୟାକେଜର ଘୋଷଣା କରିବେ । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ନବୀନଙ୍କ ନୂଆପଡା ଗସ୍ତକୁ ନେଇ ଟାର୍ଗେଟ କରିଛନ୍ତି । ବିକାଶ କମ, ଯୋଜନା ଓ ଘୋଷଣା ଅଧିକ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ…

cm naveen pattnaik nuapada programme
କଳାହାଣ୍ଡି, ସୁନ୍ଦରଗଡ଼ ପରେ ଏବେ ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ, ବିରୋଧୀ କଲେ ଟାର୍ଗେଟ
author img

By

Published : Mar 9, 2021, 8:49 PM IST

Updated : Mar 10, 2021, 7:41 AM IST

ଭୁବନେଶ୍ବର: ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଉଛନ୍ତି । ନୂଆପଡ଼ା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିର୍ତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ନୂଆପଡା ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଲାଗି ପ୍ରାୟ 4 ହଜାର କୋଟି ଟଙ୍କା ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରେ ଜିଲ୍ଲା ଗସ୍ତରେ ଥିବା ରାଜନୈତିକ ଗନ୍ଧର ବାସ୍ନା ବାରିଛନ୍ତି ବିରୋଧୀ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଲୋକଙ୍କୁ ନିଜ ଆଡକୁ ଟାଣିବା ଲାଗି ବିଜେଡିର ଏହା ପ୍ଲାନ ବୋଲି କହିଛନ୍ତି ବିରୋଧୀ । ସେପଟେ ଏହାକୁ କାଉଣ୍ଟର କରିଛି ବିଜେଡି ।

ବୁଧବାର ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ, ଜୋରଦାର ଟାର୍ଗେଟ୍ କଲେ ବିରୋଧୀ

ଆଜି ନୂଆପଡ଼ା ଯିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି, ସୁନ୍ଦରଗଡ଼ ପରେ ଏବେ ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ନୂଆପଡା ତିଖାଲିରେ ନିର୍ମାଣ ହୋଇଥିବା ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । 2000 ମେ ମସିହା 7 ତାରିଖରେ 2 ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ ହୋଇଥିବା ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ହେବ ଲୋକାର୍ପଣ । ଫଳରେ ନୂଆପଡାର 13 ହଜାର 191 ହେକ୍ଟର ଓ ବଲାଙ୍ଗୀରର 1 ହଜାର 670 ହେକ୍ଟର ଚାଷ ଜମିକୁ ଜଳଯୋଗାଣ ସହଜ ହେବ । ଏଥି ସହ ଆହୁରି ପ୍ରାୟ 750 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ନୂଆପଡ଼ା ଜିଲ୍ଲାର ବିକାଶ ଲାଗି ପ୍ରାୟ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ତେବେ ଏହି ପ୍ରକଳ୍ପ ଉଦଘାଟନ, ଶିଳାନ୍ୟାସ ଓ ପ୍ୟାକେଜ ଘୋଷଣାରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ବିକାଶ କମ, ଯୋଜନା ଓ ଘୋଷଣା ଅଧିକ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି । କେବେ ମୁଖ୍ୟମନ୍ତ୍ରୀ ବିକାଶର ଗସ୍ତ କରିନାହାନ୍ତି । ଯଦି ବିକାଶର ଗସ୍ତ କରିଥାନ୍ତେ, ତାହାଲେ ବିକାଶର ଶୀର୍ଷରେ ପଶ୍ଚିମ ଓଡିଶା ପହଁଚି ସାରନ୍ତାଣି । କିନ୍ତୁ ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା, ପାନୀୟ ଜଳ ସମସ୍ୟା, ସ୍କୁଲ ସମସ୍ୟା ଉତ୍କଟ ରୂପ ଧାରଣ କରି ସାରିଲାଣି । ପଶ୍ଚିମ ଓଡିଶା ବିଜେପିର ଗଡ଼ । ବିଜେପି ଗଡ଼ ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି । ନୂଆପଡ଼ା ସମେତ ସାରା ପଶ୍ଚିମ ଓଡିଶାକୁ ପ୍ରଭାବିତ କରିବାକୁ ବିଜେଡି ଏହି ପ୍ରୟାସ କରୁଛି । ଏନେଇ ସରକାରୀ କଳ, ମନ୍ତ୍ରୀ ଓ ବିଧାୟକ ଏବେ ନୂଆପଡା ମୁହାଁ ।

ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଭୋଟ ରାଜନୀତି ପ୍ରଣୋଦିତ । ଲୋକଙ୍କୁ ପ୍ରଭାବିତ କରିବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ପଶ୍ଚିମ ଓଡିଶା ଗସ୍ତରେ ଯାଉଛନ୍ତି । ଗତ 21 ବର୍ଷରେ ବିଜେଡି କିଛି ବିକାଶ କରିନାହିଁ । ଯାହା କେବଳ କଂଗ୍ରେସ ଅମଳରେ ହୋଇଛି । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, ସମବିକାଶକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଏନେଇ ପୂର୍ବରୁ ପଦକ୍ଷେପ ଓ ଏବେ ବିଭିନ୍ନ ପଦକ୍ଷେପ ରାଜ୍ୟ ସରକାର ନେଉଛନ୍ତି । ଯଦି କେହି ଏହି ବିକାଶ ପ୍ୟାକେଜକୁ ମୌଜ କହୁଛନ୍ତି, ତାହାର ଜବାବ ଜନତା ଦେବେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Mar 10, 2021, 7:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.