ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM MODI)ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡ ମହାମାରୀ ବିପଦ ସମ୍ପୂର୍ଣ୍ଣ ଯାଇନାହିଁ । ତେଣୁ PMGKAY କୁ ଆଉ ୮ ମାସ ବୃଦ୍ଧି କରିବାକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନଭେମ୍ବର ମାସରେ ଶେଷ ହେଉଛି PMGKAY ରେ ମାଗଣା ଡାଲି-ଚାଉଳ ବଣ୍ଟନ ଯୋଜନା । ଦେଶରେ ଖାଦ୍ୟ ଶସ୍ୟ ମହଜୁଦ ରହିଛି ତେଣୁ ଆଉ ଅଧିକ ମାସ ଯୋଜନାରେ ଚାଉଳ ଯୋଗାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୭ ମାସ ଧରି ମାଗଣା ରାସନ ଦେଇଥିବାରୁ ପ୍ରଧାନମନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠିରେ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ