ETV Bharat / city

ୱାର୍ଲଡ ହାବିଟାଟ ଆୱାର୍ଡକୁ ଜନସାଧାରଣଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ - cm naveen pattnaik

ଆନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶାକୁ ବସ୍ତି ଅଞ୍ଚଳର ଉନ୍ନତି ଓ ସଶକ୍ତିକରଣ ପାଇଁ ମିଳିଥିବା ୱାର୍ଲଡ ହାବିଟାଟ ଆୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ପରିସରରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଥିପାଇଁ ଉଦ୍ୟମ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

cm naveen pattnaik
ୱାର୍ଲଡ ହାବିଟାଟ ଆୱାର୍ଡକୁ ଜନସାଧାରଣଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
author img

By

Published : Dec 10, 2019, 9:51 PM IST

ଭୁବନେଶ୍ବର: ଆନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶାକୁ ବସ୍ତି ଅଞ୍ଚଳର ଉନ୍ନତି ଓ ସଶକ୍ତିକରଣ ପାଇଁ ମିଳିଥିବା ୱାର୍ଲଡ ହାବିଟାଟ ଆୱାର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ପରିସରରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଥିପାଇଁ ଉଦ୍ୟମ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ।

ଏହାସହ ଓଡିଶା, ବସ୍ତି ଅଞ୍ଚଳ ପରିଚାଳନା କ୍ଷେତ୍ରରେ ଯେଉଁ ମାଇଲ ଖୁଣ୍ଟ ହାସଲ କରିଛି ଏବଂ ଯାହାକୁ ସାରା ବିଶ୍ବରେ ଅନୁକରଣ କରାଯାଉଛି ତାହାକୁ ଆହୁରି କିପରି ଭଲ କରିହେବ ସେନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା ଟ୍ରଷ୍ଟର ମୁଖ୍ୟ ରତନ ଟାଟାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ସହଯୋଗ ଆଗାମୀ ଦିନରେ ଓଡିଶାର ବସ୍ତିଅଞ୍ଚଳର ଲୋକଙ୍କୁ ଜାଗା ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି।

ୱାର୍ଲଡ ହାବିଟାଟ ଆୱାର୍ଡକୁ ଜନସାଧାରଣଙ୍କୁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଏହି ସମ୍ମାନ ବସ୍ତିବାସିନ୍ଦା ଲୋକଙ୍କ ପାଇଁ ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆନ୍ତର୍ଜାତିକ କ୍ଷେତ୍ରରେ ଓଡିଶାକୁ ବସ୍ତି ଅଞ୍ଚଳର ଉନ୍ନତି ଓ ଶସକ୍ତିକରଣ ପାଇଁ ମିଳିଥିବା ୱାର୍ଲଡ଼ ହାବିଟାଟ ଆୱାର୍ଡ କୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି।

Body:କଳିଙ୍ଗ ଷ୍ଟାଡିୟମ ପରିସରରେ ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏଥିପାଇଁ କଠିନ ପରିଶ୍ରମ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଏହା ସହ ଓଡିଶା ବସ୍ତି ଅଞ୍ଚଳ ପରିଚାଳନା କ୍ଷେତ୍ରରେ ଯେଉଁ ମାଇଲ ଖୁଣ୍ଟ ହାସଲ କରିଛି ଏବଂ ଯାହାକୁ ସାରା ବିଶ୍ୱରେ ଅନୁକରଣ କରାଯାଉଛି ତାହାକୁ ଆହୁରି କିପରି ପାରଦର୍ଶିତା ଲାଭ କରିହେବ ସେନେଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟାଟା ଟ୍ରଷ୍ଟ ର ମୁଖ୍ୟ ରତନ ଟାଟାଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହିତ ତାଙ୍କର ସହଯୋଗ ଆଗାମୀ ଦିନରେ ଓଡ଼ିଶାର ବସ୍ତିଆଞ୍ଚଳର ଲୋକମାନଙ୍କୁ ଜାଗା ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି।
ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଓଡିଶା ନଗର ଉନ୍ନୟନ ଓ ପଂଚାୟତ ରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଏହି ପରି ଜାତୀୟ ଓ ଆନ୍ତର୍ଜାତିକ ସମ୍ମାନ ଓଡ଼ିଶାର ବସ୍ତିବାସିନ୍ଦା ଲୋକଙ୍କ ପାଇଁ ଆହୁରି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ର ପ୍ରମୁଖ ଶାସନ ସଚିବ ଅସିତ ତ୍ରିପାଠୀ,ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଆର ବାଲକ୍ରୀଷ୍ଣନ,ନଗର ଉନ୍ନୟନ ବିଭାଗ ଶାସନ ସଚିବ,ଭୁବନେଶ୍ୱର ମହାନଗର ନିଗମ ର କମିଶନର ତଥା ଅନ୍ୟାନ୍ୟ ଉଚ୍ଚପଦସ୍ତ ଅଧିକାରୀମାନେ ଯୋଗଦେଇଥିଲେ।
ବାଇଟ-ମୁଖ୍ୟମନ୍ତ୍ରୀ
ବାଇଟ-ମନ୍ତ୍ରୀ-ପ୍ରତାପ ଜେନା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.