ଭୁବନେଶ୍ବର: କୋଭାକ୍ସିନ ଟିକାକୁ ଅନୁମତି ପରେ ଭାରତ ବାୟୋଟେକକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ 2ଟି କୋରୋନା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI ।
![କୋଭାକ୍ସିନ ଟିକାକୁ ଅନୁମତି; ଭାରତ ବାୟୋଟେକକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/10102096_tt.jpg)
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ଜରୁରୀ କାଳିନ ବ୍ୟବହାର ପାଇଁ SEC ଦ୍ବାରା କୋଭାକ୍ସିନ୍ ଟିକାକୁ ସୁପାରିଶ କରାଯାଇଥିଲା । ଏହାର ବ୍ୟବହାର ପାଇଁ DCGI ଅନୁମତି ଦେଇଛନ୍ତି । ଯାହା ସମଗ୍ର ଦେଶ ପାଇଁ ଟିକାକରଣ ପ୍ରୟାସକୁ ମଜବୁତ କରିବ ।
ଭାରତ ବାୟୋଟେକ ଓ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । କୋଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ବିକଶିତ କରିଥିବାବେଳେ ପୁନେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରୁଛି । ଏହି ସଂସ୍ଥା କୋଭିସିଲ୍ଡର 5 କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଏହି ଦୁଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କୋରୋନା ଟିକାକରଣ ଆରମ୍ଭ ହେବ ।
@Naveen_Odisha