ETV Bharat / city

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ, 13 ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ମୃତ ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତ ସାମ୍ବାଦିକଙ୍କ ପରିବାରକୁ 13 ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର । ସାମ୍ବାଦିକ ପାଣ୍ଠିରୁ 13 ଲକ୍ଷ ପ୍ରଦାନ ନେଇ ଘୋଷଣା । ଅଧିକ ପଢନ୍ତୁ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ: 13 ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 5, 2022, 6:39 PM IST

Updated : Feb 5, 2022, 7:10 PM IST

ଭୁବନେଶ୍ବର: ମୃତ ସାମ୍ବାଦିକଙ୍କ ପରିବାରକୁ 13 ଲକ୍ଷର ସହାୟତା ଘୋଷଣା । ସାମ୍ବାଦିକ ପାଣ୍ଠିରୁ 13 ଲକ୍ଷ ପ୍ରଦାନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ପକ୍ଷରୁ ସୂଚନା ।

ଆଜି(ଶନିବାର) ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ 13 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ କଳାହାଣ୍ଡି ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ:- ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଆଜି ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ବର୍ଜନ ସହ ବିଭିନ୍ନ ଦାବି ରଖି ପୋଷ୍ଟର ଲଗାଇଥିଲେ ମାଓବାଦୀ । ଏହି ସମୟରେ ବିସ୍ଫୋରଣ ଘଟି ଖବର ସଂଗ୍ରହ ପାଇଁ ଯାଇଥିବା ରାଜ୍ୟର ଏକ ପ୍ରମୁଖ ଖବର କାଗଜ ପ୍ରତିନିଧିଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 5, 2022, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.