ETV Bharat / city

ବିଜେଡି ବିଧାୟକଙ୍କୁ ନବୀନଙ୍କ ଛାଟ, 2ମାସରେ ଦେବେ ରିପୋର୍ଟ - ବିଧାୟକଙ୍କୁ ନବୀନଙ୍କ ଛାଟ

ବିଧାନସଭା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କର । ଲୋକଙ୍କ ସେବା ପାଇଁ ତତ୍ପର ହୁଅ । ଲୋକଙ୍କ ବିଶ୍ବାସକୁ ବଳ ଭାବେ ନିଅ । ବିଧାନସଭା ଅଧିବେଶନ ପୂର୍ବରୁ ବିଜେଡି ବିଧାୟକଙ୍କୁ ନବୀନଙ୍କ ପରାମର୍ଶ । ଅଧିକ ପଢ଼ନ୍ତୁ...

ଦଳୀୟ ବିଧାୟକଙ୍କୁ ନବୀନଙ୍କ ଛାଟ
author img

By

Published : Nov 13, 2019, 4:34 PM IST

ଭୁବନେଶ୍ବର: ସାଂସଦଙ୍କ ଭଳି ଏଣିକି ବିଜେଡି ବିଧାୟକ ମାନେ ସୁପ୍ରିମୋଙ୍କୁ ଦେବେ ଦୁଇ ମାସିଆ ରିପୋର୍ଟ। ଏଥିପାଇଁ ଏକ 4 ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ମୁଖିଆ। ଉକ୍ତ କମିଟିରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ, କିଶୋର ମହାନ୍ତି ଅଛନ୍ତି। ରିପୋର୍ଟ କିପରି ଦେବେ, କଣ ରହିବ ରୂପରେଖ ସେନେଇ କମିଟି ପ୍ରସ୍ତାବ ଦେବ ଏବଂ ଆବଶ୍ୟକ ପଦକ୍ଷେପ ନେବ ।

ଦଳୀୟ ବିଧାୟକଙ୍କୁ ନବୀନଙ୍କ ଛାଟ

ବିଧାନସଭାରେ ଦଳୀୟ ବିଧାୟକଙ୍କ ଉପସ୍ଥାନ ପ୍ରଶ୍ନୋତ୍ତରରେ ସେମାନଙ୍କ ଅଂଶଗ୍ରହଣ ତଥା କାର୍ଯ୍ୟଶୈଳୀ ବାବଦରେ ଏହି କମିଟି ରିପୋର୍ଟ ଦେବ । ବିଧାନସଭାରେ ସରକାରୀ ଦଳ ବିଧାୟକଙ୍କ ଉପସ୍ଥାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବରୋପ କରିଛନ୍ତି। ବିଧାୟକ ମାନେ ୨ ଦିନରୁ ଅଧିକ ଛୁଟିରେ ଗଲେ ତାଙ୍କଠାରୁ ଅନୁମୋଦନ ନେବାକୁ ପଡିବ ବୋଲି ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ଅଧିବେଶନ ସମୟରେ ୧୧ଟା ସୁଦ୍ଧା ସରକାରୀ ଦଳ ମୁଖ୍ୟ ସଚେତକ ବିଧାୟକଙ୍କ ଉପସ୍ଥାନ ସଂପର୍କରେ ତାଙ୍କୁ ଜଣାଇବାକୁ କହିଛନ୍ତି ।

ନବୀନ ଆହୁରି କହିଛନ୍ତି ଦଳୀୟ ବିଧାୟକ ମାନଙ୍କୁ ପାଟକୁରା ଓ ବିଜେପୁର ଫଳାଫଳ ହିଁ ସୁଚେଇ ଦେଉଛି ଲୋକେ ଆମ ଉପରେ କେତେ ବିଶ୍ବାସ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେମାନେ କଠିନ ପରିଶ୍ରମ କରିବା ସହିତ ସ୍ବଚ୍ଛତା ଓ ପ୍ରତିବଦ୍ଧତା ରାଜ୍ୟବାସୀଙ୍କ ପାଇଁ ଦେଖାଇବା ଦରକାର ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.