ETV Bharat / city

ଓଡିଆ ରଗବି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା - bhubaneswar

ଜୁନ 22 ତାରିଖରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ସିଙ୍ଗାପୁରକୁ 21-19 ପଏଣ୍ଟରେ ପରାଜିତ କରିଥିଲା ଭାରତୀୟ ମହିଳା ଟିମ । ଏହି ବିଜୟ ସହ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ପାଇଥିଲା ଟିମ । ଏହି ବିଜୟରେ ସାମିଲ ହୋଇଥିବା ସମସ୍ତ ଓଡିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 25, 2019, 9:05 PM IST

ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବ ଆଣିଦେଇଛନ୍ତି 7 ଓଡିଆ ଝିଅ । ଗତ 22 ତାରିଖରେ ଏସିୟାନ ରଗବି ମହିଳା ଚାମ୍ପିୟନସିପ ଡିଭିଜନ1 ଟୁର୍ଣ୍ଣାମେଣ୍ଟରେ ଭାରତ କାଂସ୍ୟ ପଦକ ଜିତିଥିଲା । ଏହି ମହିଳା ଟିମରେ ସାମିଥିଲେ 7 ଓଡିଆ ଝିଅ । ସମସ୍ତ ଓଡିଆ ଖେଳାଳିଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ ଜୁନ 22 ତାରିଖରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ସିଙ୍ଗାପୁରକୁ 21-19 ପଏଣ୍ଟରେ ପରାଜିତ କରିଥିଲା ଭାରତୀୟ ମହିଳା ଟିମ । ଏହି ବିଜୟ ସହ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ପାଇଥିଲା ଟିମ । ଭାରତର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓଡିଆ ଝିଅ ସୁମିତ୍ରା ନାଏକ । ମଙ୍ଗଳବାର ଓଡିଶାକୁ ଫେରିଥିବା ରଗବି ଟିମର ଓଡିଆ ଖେଳାଳିଙ୍କୁ ରୂପା ତାରକସିର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେମାନଙ୍କ କ୍ରୀଡା ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ସେମାନେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ବୋଲି କହି ଆଗକୁ ଆହୁରି ଅନେକ ସଫଳତା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ରଗବି ଖେଳାଳିଙ୍କ ସହ ବିଶିଷ୍ଟ ଧାବିକା ଦୂତି ଚାନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଓଡିଶାର 7 ଖେଳାଳି ହେଲେ ସୁମିତ୍ରା ନାୟକ, ହୁପି ମାଝୀ, ପାର୍ବତୀ କିସକୁ, ରଜନୀ ଶବର, ମୀରାରାଣୀ ହେମ୍ବ୍ରମ, ଶୁଭଲକ୍ଷ୍ମୀ ବାରିକ ଓ ଲକ୍ଷ୍ମୀପ୍ରିୟା ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

prabir 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.