ETV Bharat / city

ରାଜ୍ୟରେ ୟୁରିଆ ଅଭାବ; କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 31, 2021, 10:26 AM IST

Updated : Jul 31, 2021, 1:17 PM IST

ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ରାଜ୍ୟରେ ହେଉଥିବା ସାର ଅଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କେନ୍ଦ୍ର ସାର ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ କୋଟା ଦେବା ପୂର୍ବରୁ ବାକିଆ ଥିବା କୋଟା ଦିଅନ୍ତୁ । ଅଧିକ ପଢନ୍ତୁ...

CM Naveen Patnaik
CM Naveen Patnaik

ଭୁବନେଶ୍ବର: ରାଜ୍ୟରେ ୟୁରିଆ ସମେତ ବିଭିନ୍ନ ସାର ଅଭାବ ନେଇ କେନ୍ଦ୍ର ସାର ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଅଭାବ ଚାଷ କାର୍ଯ୍ୟରେ ପ୍ରଭାବ ପକାଇବା ସହ ଉତ୍ପାଦନ ହ୍ରାସ ହେବା ନେଇ କଲେ ଆଶଙ୍କା । ଆଜି (ଶନିବାର) ମୁଖ୍ୟମନ୍ତ୍ରୀ ରାଜ୍ୟରେ ହେଉଥିବା ସାର ଅଭାବକୁ ନେଇ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

PHOTO
ରାଜ୍ୟରେ ୟୁରିଆ ଅଭାବ; କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ର ସାର ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ କୋଟା ଦେବା ପୂର୍ବରୁ ବାକିଆ ଥିବା କୋଟା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ରାଜ୍ୟରେ ସାରର ଅଭାବ, ଚାଷୀ ଓ ଚାଷ କାର୍ଯ୍ୟରେ ପ୍ରତିକୂଳ ପ୍ରଭାବ ପକାଇବ । ଫସଲ ଉତ୍ପାଦନ ହ୍ରାସ ପାଇବ । ସେହିପରି ଚଳିତବର୍ଷ ଆବଶ୍ୟକତା ଠାରୁ ୬୨ ପ୍ରତିଶତ ମିଳିଥିବା ବେଳେ ବାକିଥିବା କୋଟା ମିଳି ନାହିଁ । ମେ’ ଜୁନ ମାସରେ ସାର ଯୋଗାଣ ଅଭାବ ରହିଛି ।

ଆହୁରି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି କି ରାଜ୍ୟକୁ ୨ ଲକ୍ଷ ୩୨ ହଜାର ୫ ଶହ ମେଟ୍ରିକ ଟନ ସାର ମିଳିବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିଛି ୧ ଲକ୍ଷ ୪୫ ହଜାର ମେଟ୍ରିକ ଟନ । ଯାହାର ସିଧା ସଳଖ ପ୍ରଭାବ ଚାଷ କାର୍ଯ୍ୟରେ ପଡିବାର ଆଶଙ୍କା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ରାଜ୍ୟର ଦାବି ଓ ପ୍ରାପ୍ୟ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 31, 2021, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.