ETV Bharat / city

ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ନବୀନ: ଫୋକସରେ ଆଇଟି ଶିଳ୍ପ, ପୁଞ୍ଜିନିବେଶ ନେଇ ନିବେଶକାରୀଙ୍କ ସହ କରିବେ ଆଲୋଚନା

author img

By

Published : Sep 27, 2022, 8:49 PM IST

ଦୁଇ ଦିନିଆ ବେଙ୍ଗାଲୁରୁ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ବେଙ୍ଗାଲୁରୁରେ ନିବେଶକାରୀଙ୍କ ସହ ଓଡିଶାରେ ପୁଞ୍ଜିନିବେଶ ଉପରେ ଆଲୋଚନା କରିବେ ନବୀନ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଫୋକସରେ ଆଇଟି ଶିଳ୍ପ
ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଫୋକସରେ ଆଇଟି ଶିଳ୍ପବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଫୋକସରେ ଆଇଟି ଶିଳ୍ପ

ଭୁବନେଶ୍ବର: ବେଙ୍ଗାଲୁରୁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ବେଙ୍ଗାଲୁରୁରେ ନିବେଶକାରୀଙ୍କ ସହ ଆଲୋଚନା କରିବେ ନବୀନ । ଓଡିଶାରେ ପୁଞ୍ଜିନିବେଶ ପାଇଁ ଥିବା ଅନୁକୂଳ ବାତାବରଣ ବାବଦରେ ସେ ଅବଗତ କରାଇବେ । ନଭେମ୍ବର ୩୦ରୁ ହେବାକୁ ଥିବା ମେକ ଇନ ଓଡି଼ଶା ୨୦୨୨ ସମ୍ମିଳନୀରେ ସାମିଲ ହେବାକୁ ପୁଞ୍ଜିନିବେଶକାରୀଙ୍କୁ ଆହ୍ବାନ ଦେବେ ।

ଦୁଇ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen's Bengaluru visit) । ଆସନ୍ତାକାଲି ବେଙ୍ଗାଲୁରୁର ହୋଟେଲ ତାଜ ୱେଷ୍ଟ ଏଣ୍ଡରେ ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ବିଶେଷ କରି ଆଇଟି ଶିଳ୍ପ, ଅଟୋମୋବାଇଲ, ଇ-ଭେଇକିଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଂ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ନିବେଶ ନେଇ ମଧ୍ୟ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ଶିଳ୍ପପତିମାନଙ୍କ ସହ ୱାନ-ଟୁ-ୱାନ ଆଲୋଚନା କରିବେ । ଶିଳ୍ପ ବିକାଶ ନେଇ ରାଜ୍ୟ ସରକାର କରିଥିବା ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଅବଗତ କରାଇବେ । ସନ୍ଧ୍ୟାରେ ନିବେଶକ ସମ୍ମିଳନୀରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ଆଇଟି (Information Technology) କ୍ଷେତ୍ରରେ ଓଡ଼ିଶାରେ କିପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହୋଇପାରିବ ସେ ନେଇ ବେଙ୍ଗାଲୁରୁରୁ ସମ୍ମିଳନୀରୁ ସରକାର ଆଶା ରଖିଛନ୍ତି ।

ଏହା ବି ପଢନ୍ତୁ- ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ: ଜନତା ମଇଦାନରେ ବିଜେପିର ପ୍ରସ୍ତୁତି

ପୂର୍ବଭାରତର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଓଡ଼ିଶା ଦ୍ରୁତ ଗତିରେ ଉଭା ହୋଇଛି । ଶିଳ୍ପ ଲାଗି ଅନୁକୂଳ ବ୍ୟବସ୍ଥା ସହ ସରକାର ଭିତ୍ତିଭୂମୀ ଯୋଗାଇବେ । ରାଜ୍ୟ ସରକାରର ପ୍ରଗତିଶୀଳ ନୀତି, ଦକ୍ଷ ପ୍ରଶାସନ ଓ ବୈଷୟିକ କାର୍ଯ୍ୟକ୍ରମର ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବ ମେକ ଇନ ଓଡ଼ିଶାର ତୃତୀୟ ସଂସ୍କରଣ । କନକ୍ଲେଭରେ ନିଜର ଷ୍ଟଲ ବା ଅଫିସ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଅନୁରୋଧ କରିବେ ।

ଓଡ଼ିଶାର ଏହି ମେଗା ପୁଞ୍ଜିନିବେଶକ ସମ୍ମିଳନୀକୁ ସଫଳ କରିବା ଲାଗି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଦୁବାଇ, ଦିଲ୍ଲୀ ଓ ମୁମ୍ବାଇରେ ରୋଡ ସୋ ଆୟୋଜନ କରିଛି ଓଡ଼ିଶା । ସମ୍ମିଳନୀକୁ ସଫଳ କରିବା ଲାଗି କାର୍ଯ୍ୟକ୍ରମର ଦୁଇ ଦିନ ପୂର୍ବରୁ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ନେତୃତ୍ବରେ ଏକ ଟିମ ବାଙ୍ଗାଲୁରୁରେ ପହଁଚିଛି । ମୁଖ୍ୟମନ୍ତ୍ରୀ ସହ ଆଜି 5ଟି ସଚିବ ଭିକେ ପଣ୍ଡିଆନ, ଆଇଟି ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଓ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.