ETV Bharat / city

77 ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛୁଟିଲା ଶୁଭେଚ୍ଛା ସୁଅ - ୭୭ ବର୍ଷରେ ନବୀନ

୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜୟ ନାୟକ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

author img

By

Published : Oct 16, 2022, 8:06 AM IST

Updated : Oct 16, 2022, 2:22 PM IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜୟ ନାୟକ(CM Naveen Patnaik turns 77 today) । ତାଙ୍କର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ସରଳ ବ୍ୟକ୍ତିତ୍ବ ଓ ନିର୍ମଳ ଭାବମୂର୍ତ୍ତି ନବୀନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି । ଲୋକପ୍ରିୟ ନେତା ଭାବେ ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ନାଁରେ ଓଡିଶାକୁ ସର୍ବାଧିକ କାଳ ଶାସନ କରିଥିବାର ରେକର୍ଡ ରହିଛି ।

77 ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛୁଟିଲା ଶୁଭେଚ୍ଛା ସୁଅ

୧୯୪୬ ମସିହା ଆଜିର ଦିନରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସେ ସାନ ପୁଅ । ପ୍ରଥମେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ କଳାରେ ଡିଗ୍ରୀ ହାସଲ କରି ବିଦେଶ ଯାଇଥିଲେ ନବୀନ । ପିତା ଓଡିଶାର ବରିଷ୍ଠ ରାଜନେତା ଥିଲେ ମଧ୍ୟ ରାଜନୀତି ଠାରୁ କୋଷ ଦୂରରେ ବିଦେଶରେ ରହୁଥିଲେ ନବୀନ ପଟ୍ଟନାୟକ ।

  • Birthday wishes to Odisha CM Shri Naveen Patnaik Ji. May he lead a long and healthy life in service of the people. @Naveen_Odisha

    — Narendra Modi (@narendramodi) October 16, 2022 " class="align-text-top noRightClick twitterSection" data=" ">

୫୦ ବର୍ଷ ବୟସରେ ନବୀନ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରି ଆସିକା ଲୋକସଭା ଆସନରୁ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଲଗାତାର ୩ ଥର ସଂସଦକୁ ନିର୍ବାଚିତ ହେଲା ପରେ ୨୦୦୦ ମସିହାରେ ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ । ଦୀର୍ଘ ୨୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ଶାସନ ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ । ପ୍ରାଞ୍ଜଳ ଓଡିଆ ନଜାଣି ମଧ୍ୟ ଓଡିଆଙ୍କ ନେତା ଭାବେ ସେ ୨୨ ବର୍ଷ ଧରି ରାଜ୍ କରୁଛନ୍ତି । 2000 ମସିହାରେ କଂଗ୍ରେସକୁ ମାତ୍ ଦେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ । ସେବେଠୁ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ଏହି ଜନନାୟକ । ବିଚକ୍ଷଣ ଓ ଅପ୍ରତିଦ୍ବନ୍ଦୀ ରାଜନେତା ଭାବେ ସେ 2000, 2004, 2009, 2014 ଓ 2019 ମସିହାରେ ଲଗାତାର ଭାବେ ପଞ୍ଚମ ପାଳି ଖେଳିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଟ୍ୱିଟରରେ ଟ୍ରେଣ୍ଡିଂ କରୁଛି Odisha End Contract Recruitment

Last Updated : Oct 16, 2022, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.