ETV Bharat / city

5T School Transformation Programme: ଆଜି ଲୋକାର୍ପଣ ହେବ ୫୩୧ ସ୍କୁଲ - ସ୍ମାର୍ଟ ସ୍କୁଲ ରୂପାନ୍ତରଣ ଖବର

ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି । ଆଜି ୫ ଜିଲ୍ଲାର ୫୩୧ଟି ସ୍କୁଲକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

5T School Transformation Programme;ଆଜି ଲୋକାର୍ପଣ ହେବ ୫୩୧ ସ୍କୁଲ

author img

By

Published : Jun 3, 2022, 12:17 PM IST

ଭୁବନେଶ୍ବର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ୫ ଜିଲ୍ଲାର ୫୩୧ଟି ସ୍କୁଲକୁ ଆଜି(ଶୁକ୍ରବାର) ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢେ 5ଟାରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଏହାର ଲୋକାର୍ପଣ କରିବେ।

ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୋଳ ଜିଲ୍ଲାରେ ୫୩୧ଟି ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପଣ କରାଯିବ । ଗଞ୍ଜାମ ଜିଲ୍ଲାର ୨୩୦, ଢେଙ୍କାନାଳର ୧୦୫, କନ୍ଧମାଳର ଓ ନବରଙ୍ଗପୁରର ୭୩ଟି ଲେଖାଏଁ ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରାଯିବ । ସେହିପରି ଅନୁଗୋଳ ଜିଲ୍ଲାର ୫୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ ହେବ । ଏ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ପରିଚାଳନା କରିବାକୁ ଥିବାବେଳେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.