ଭୁବନେଶ୍ବର: ଉଠା ଦୋକାନୀଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା (covid assistance to street vendors) ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ପଥପାର୍ଶ୍ବ ବିକାଳୀଙ୍କୁ ମିଳିଲା ୩ ହଜାର ଟଙ୍କା ଲେଖାଏଁ ସହୟତା ରାଶି ପ୍ରଦାନ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଭିସି ଯୋଗେ କୋଭିଡ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି ।
ଏହି ସହାୟତାରେ ରାଜ୍ୟର ୧ ଲକ୍ଷରୁ ଅଧିକ ପଥପାର୍ଶ୍ବ ବିକାଳୀ ଉପକୃତ ହେବେ । କୋଭିଡ ମହାମାରୀ କାଳରେ ପଥପାର୍ଶ୍ବ ବିକାଳୀ ଅନେକ କଷ୍ଟ ସହିଛନ୍ତି । ସେମାନଙ୍କ ଜୀବନଜୀବିକାର ସୁରକ୍ଷା ପାଇଁ ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏଭଳି ପଥପାର୍ଶ୍ବ ବିକାଳୀଙ୍କ ପାଇଁ ୮୭ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବ । ଏଥିପାଇଁ ମୋଟ ଖର୍ଚ୍ଚ ହେବ ୬୦ କୋଟି ଟଙ୍କା ।
ଶୁକ୍ରବାର ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩ ହଜାର ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରାଯାଇଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଥପାର୍ଶ୍ବ ବିକ୍ରେତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହୟତାକ ନେଇ ପଥପାର୍ଶ୍ବ ବିକ୍ରେତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ