ETV Bharat / city

ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, 37 ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚନା - ଶିଳ୍ପପତିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା

ନବାବ ନଗରୀ ହାଇଦ୍ରାବାଦରେ ଆୟୋଜିତ ହେଉଛି ଓଡ଼ିଶା ନିବେଶକ ସମ୍ମିଳନୀ । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ପୂର୍ବରୁ ଏହା ଶେଷ ନିବେଶକ ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ 37 ଜଣ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟି ଓଡିଶାରେ ନିବେଶ କରିବାକୁ ନିମନ୍ତ୍ରଣ ଦେଇଛନ୍ତି । ଅଧିକ ପଢ଼ନ୍ତୁ

CM Naveen Patnaik met many  business tycoon before Odisha investors meet Program in Hyderabad
ହାଇଦ୍ରାବାଦରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ, ୩୨ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚନା
author img

By

Published : Oct 17, 2022, 8:16 PM IST

Updated : Oct 17, 2022, 10:37 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha investors meet Program in Hyderabad ) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 37 ଜଣ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟିଛନ୍ତି । ଓଡିଶାରେ ବ୍ୟବସାୟ କରିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ପ୍ରଦାନ କରାଯିବ (CM Naveen Patnaik met many business tycoons) । ସିଙ୍ଗଲ ୱିଣ୍ଡୋରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପୁଞ୍ଜିପତିମାନଙ୍କୁ ଭରସା ଦେଇଛନ୍ତି ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ପୂର୍ବରୁ ଏହା ଶେଷ ନିବେଶକ ସମ୍ମିଳନୀ । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପୁଞ୍ଜିପତିମାନଙ୍କୁ ଭେଟି ଶେଷ ସ୍ପର୍ଷ ଦେଉଛନ୍ତି । ତେବେ ଦିନ 2ଟା ସୁଦ୍ଧା 32 ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିବା ବେଳେ ଅପରାହ୍ନରେ ଆଉ 5 ଜଣଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟୁନ 40ଟି ମିଟିଂରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଆଜିର କାର୍ଯ୍ୟକ୍ରମରେ 350 ଜଣ ଶିଳ୍ପପତି ଭାଗ ନେଇଥିଲେ ।

37 ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚନା

ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ସୁବିଧା

ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହୋଇଛି ଓଡ଼ିଶା । ଏଠାରେ ଖଣି ଖାଦାନଠାରୁ ଆରମ୍ଭ କରି ପରିବହନର ପର୍ଯ୍ୟାପ୍ତ ସୁବିଧା ରହିଛି । ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନିବେଶକଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ । କୋଣସି କାର୍ଯ୍ୟ ପାଇଁ ଶିଳ୍ପପତିଙ୍କୁ ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ଦୌଡିବାକୁ ପଡିବନି । କହିବାକୁ ଗଲେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ରାଜ୍ୟ ହେଉଛି ଓଡିଶା । ଏଣୁ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବା ସହ ବ୍ୟବସାୟ କରିବାକୁ ବିଜନେସ ଟାଇକୁନ୍‌ଙ୍କୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୩୨ ଶିଳ୍ପପତିଙ୍କୁ ଭେଟିଲେ

ନବୀନ ପଟ୍ଟନାୟକ 32 ଜଣ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଭେଟି ଓଡିଶାରେ ବ୍ୟବସାୟ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି । ମାଇକ୍ରୋସଫ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର, ଭାରତ ବାୟୋଟେକ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ କ୍ରୀଷ୍ଣା ଏଲା, CTRLS ଡାଟା ସେଣ୍ଟର ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ପିଏସ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାସହିତ ସନଭିରା ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ୱାଇଏ ରାଜୀବ ରେଡ୍ଡି, ଆରୋନ କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ଡାଭିଡ ୱାଲ୍ଫ ନବୀନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ତୋଷାଳି ସିମେଣ୍ଟ ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଏମଏସଆରଭି ପ୍ରସାଦ, ବିଜୟନଗର ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡି ଭି ରାଜୁ, ରାମକି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ୱାଇଏ ଆର୍ ନାଗରାଜା, ମହା ସିମେଣ୍ଟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ବର ଜେ ରାଓ, ସୃଷ୍ଟି କଣ୍ଟେକ ପ୍ରାଇଭେଟ ଲିମିଟେଡର ମୁଖ୍ୟ ନିର୍ବାହୀ ଅଧିକାରୀ ଜମପଲା ରାମେଶ୍ବର ରାଓ, ମଲାନୀ ଗୃପ ଅଫ କଂପାନୀର ଅଧକ୍ଷଙ୍କ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ୩୨ ଜଣ ପୁଞ୍ଜିପତିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ...

ଶିଳ୍ପପତିଙ୍କ ସହ ଆଲୋଚନା ବେଳେ ବିଶେଷ କରି ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଆଦି ଶିଳ୍ପ ଉପରେ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଉଦ୍ୟମ କରାଯାଉଛି । ଓଡିଶାକୁ କିଭଳି ଅଧିକରୁ ଅଧିକ ପୁଞ୍ଜି ନିବେଶକ ଆସିବେ ଏବଂ ପୁଞ୍ଜି ନିବେଶ କରିବେ ସନେଇ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ୟମ ଚଳାଇଛନ୍ତି ।

ଏହାକୁ ନେଇ ରାଜ୍ୟ ସରକାଙ୍କ ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, "ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିଲେ କଣ କଣ ସୁବିଧା ଦିଆଯିବ ସେନେଇ ଦୃଷ୍ଟି ଦେଇ ସେନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ନବୀନ । ଏହି ଆଲୋଚନା ସଫଳ ହୋଇଛି ।"

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ପରେ ବିଜନେସ ଟାଇକୁନ ବେଶ ଖୁସି ଜାହିର କରିଛନ୍ତି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଶିଳ୍ପପତି । ଏହି ଶିଳ୍ପପତି ଖୁବଶୀଘ୍ର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଭାରତ ବାୟୋଟେକ ଭୁବନେଶ୍ବର ନିକଟରେ 30 ଏକର ପରିମିତ ଜମିରେ ଭ୍ୟାକ୍ସିନ ପାର୍କ ନିର୍ମାଣ କରୁଛି । ଏଠାରେ ଭ୍ୟାକ୍ସିନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ତେବେ ଆହୁରି 35 ଏକର ଜମିର ଆବଶ୍ୟକତା ଥିବା ନେଇ ଭାରତ ବାୟୋଟେକ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ କ୍ରୀଷ୍ଣା ଏଲା ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି । ଏଠାରେ ଜୀବନ ରକ୍ଷକ ଭ୍ୟାକ୍ସିନ ସମେତ ମ୍ୟାଲେରିଆ ଆଦି ଭ୍ୟାକ୍ସିନର ଉତ୍ପାଦନ କରାଯିବ ବୋଲି ଶିଳ୍ପ ସଚିବ କହିଛନ୍ତି ।

ଶିଳ୍ପପତିଙ୍କ ସହ ଆଲୋଚନା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, 5ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ଓଡିଶା ସରକାରଙ୍କ ଦିଲ୍ଲୀସ୍ଥିତ ରେସିଡେନ୍ସିଆଲ କମିଶନର କେ.ରବିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ଯାଏଁ ଭୁବନେଶ୍ବରରେ ଆୟୋଜିତ ହେବ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ । ଏଥିରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Last Updated : Oct 17, 2022, 10:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.