ETV Bharat / city

ପ୍ରକାଶ ପାଇଲା ମାଟ୍ରିକ ଫଳ, କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ମାଟ୍ରିକ ପରୀକ୍ଷା

ଆଜି (ବୁଧବାର) ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Jul 6, 2022, 2:15 PM IST

Updated : Jul 7, 2022, 6:55 AM IST

ଭୁବନେଶ୍ବର: ଆଜି (ବୁଧବାର) ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି । ସମସ୍ତ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ। ଆଶାତୀତ ଫଳାଫଳ ପାଇ ନଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ବାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ। pic.twitter.com/jMwMw8N0k1

    — Naveen Patnaik (@Naveen_Odisha) July 6, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ। ଆଶାତୀତ ଫଳାଫଳ ପାଇ ନଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ବାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଚଳିତ ବର୍ଷ ମୋଟ 5ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ ପାସ କରିଛନ୍ତି । 8699 ଜଣ ଫେଲ ହୋଇଛନ୍ତି। ଛାତ୍ରଙ୍କ ପାସ ହାର 88.77 ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସ ହାର 92.37 ପ୍ରତିଶତ ରହିଛି। 3ଟି ସ୍କୁଲରେ ଫଳ ଶୂନ ରହିଛି ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Jul 7, 2022, 6:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.