ଭୁବନେଶ୍ବର : ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ଏହାକୁ ତାଳ ଦେଇ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସଚେତନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟୁଇଟ କରି ବାର୍ତ୍ତା ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟରେ କହିଛନ୍ତି "କୋଭିଡ ମହାମାରୀର ବିପଦ ଏଯାଏଁ ଟଳି ନାହିଁ । ସତର୍କ ନରହିଲେ ଆଗକୁ ଆମକୁ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ । ଏଥିରେ ସନ୍ଦେହ ନାହିଁ ।"
ତେଣୁ ସମସ୍ତେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ କୋରୋନା ମହାମାରୀ ସଂକ୍ରମଣ ପିକରେ ରହିଛି । ଏଭଳି ପରିସ୍ଥିତିରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । ଏପରିକି ସାମାଜିକ ଦୂରତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । "ଭୟଭୀତ ନହୋଇ ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲା ରେଡ୍ ଜୋନରେ ସାମିଲ୍ ହୋଇଛି । ତେବେ ଘରୁ ବାହାରିବା ମାତ୍ରେ ହିଁ ମାସ୍କ ପିନ୍ଧିବା ସହ ହାତ ବାରମ୍ବାର ଧୁଅନ୍ତୁ । ସେପଟେ ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର