ଭୁବନେଶ୍ବର: ପୂର୍ବତନ ପ୍ରଶାସକ ତଥା ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା । କ୍ଷୁଦ୍ରଗଳ୍ପ ‘ଭାସ୍ବତୀ’ ପାଇଁ ଚଳିତ ବର୍ଷ ତରୁଣକାନ୍ତିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡିଆ ଭାଷା ସମେତ 23ଟି ଭାରତୀୟ ଭାଷାରେ ଚଳିତ ବର୍ଷ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତରୁଣକାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଆ ଭାଷାରେ ମିଶ୍ର ଜଣେ ଉଚ୍ଚକୋଟୀର ଲେଖକ ବୋଲି ନବୀନ ଲେଖିଛନ୍ତି । ଏହାସହିତ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ବିବେଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ