ଭୁବନେଶ୍ବର: ଫନି ପର ସ୍ଥିତ ସୁଧାରିବାକୁ ବସୁଛି ଘନ ଘନ ବୈଠକ । ମଙ୍ଗଳବାର ପୁଣି ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପରବର୍ତ୍ତୀ ରିଲିଫ, ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି ।
ଏହି ବୈଠକ ପରେ ସୂଚନା ମିଳିଛି ପୁରୀ ଜିଲ୍ଲାର 90 ପ୍ରତିଶତ ଗାଁକୁ ଗମନା ଗମନ ସଂଯୋଗ ହୋଇପାରିଛି । ସେହିପରି ମୋବାଇଲ ନେଟୱର୍କ ପାଇଁ ସେଲ ଅନ ହ୍ବିଲ ମାଧ୍ୟମରେ ନେଟୱାର୍କ ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୁଧାବାର ଠାରୁ ଖୋର୍ଦ୍ଧା ଜିଲ୍ଲାରେ ରିଲିଫ ପ୍ରଦାନ କରୁବାକୁ ଏହି ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ