ETV Bharat / city

ଦ୍ରୌପଦୀଙ୍କୁ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି : ଅମର ପଟ୍ଟନାୟକ

author img

By

Published : Jun 22, 2022, 9:35 PM IST

ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ବିଜେଡି ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରୁଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଦ୍ରୌପଦୀଙ୍କୁ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି : ଅମର ପଟ୍ଟନାୟକ
ଦ୍ରୌପଦୀଙ୍କୁ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି : ଅମର ପଟ୍ଟନାୟକ

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ବିଜେଡି ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରୁଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଦ୍ରୌପଦୀଙ୍କୁ ବିଜେଡିର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ ଦେବ ବୋଲି ପରୋକ୍ଷରେ ବିଜେଡି ସାଂସଦ ଅମର ପଟ୍ଟନାୟକ ସଙ୍କେତ ଦେଇଛନ୍ତି । ଅମର କହିଛନ୍ତି ଯେ, "ମୁଖ୍ୟମନ୍ତ୍ରୀ ଏବେ ବିଦେଶ ଗସ୍ତରେ ଅଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ କହିଛନ୍ତି ଯେ, ଏହା ଓଡ଼ିଶା ପାଇଁ ଗର୍ବ । ପ୍ରଧାନମନ୍ତ୍ରୀ ତାଙ୍କ ସହ ଏ ବିଷୟରେ ପୂର୍ବରୁ ଆଲୋଚନା କରିଥିଲେ । ସେଥିପାଇଁ ସେ ବହୁତ ଖୁସି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଯାହା ସନ୍ଦେଶ ଦେଉଛି, ଆପଣମାନେ ଯାହା ଆକଳନ କରୁଛନ୍ତି, ତାହା ସତ । ଆପଣମାନଙ୍କ ଆକଳନରେ କିଛି ଭୁଲ ନାହିଁ । ଏହାର ଅର୍ଥ ବିଜେଡି ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଦେବ ।

ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ସବୁ କ୍ଷେତ୍ରରେ ରହିଆସୁଛି । ଯେକୌଣସି ପ୍ରମୁଖ ବିଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନକୁ ବିଜେପି ସବୁବେଳେ ଚାହୁଁଛି । ପ୍ରଧାନମନ୍ତ୍ରୀ ଏଥର ବି ସମର୍ଥନ ଲୋଡ଼ିଛନ୍ତି । ଆଦିବାସୀଙ୍କର କିଭଳି ଉନ୍ନତି ହୋଇପାରିବ, ସେ ବିଷୟରେ ମୁଖ୍ୟମନ୍ତ୍ରୀ କହି ଆସିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ନେଇ ଯେଉଁଭଳି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଏଥିରୁ ଜାତୀୟ ସ୍ତରରେ ନବୀନଙ୍କର କିଭଳି ପ୍ରଭାବ ରହୁଛି, ତାହା ବାରି ହୋଇ ପଡ଼ୁଛି । ମୁଖ୍ୟମନ୍ତ୍ରୀ ସବୁବେଳେ କହିଛନ୍ତି ମହିଳା ବିକାଶର ଡବଲ ଇଞ୍ଜିନ । ଏଥିପାଇଁ ମହିଳାଙ୍କୁ ଆଗରେ ରଖିଛନ୍ତି । ତେଣୁ ମହିଳା ପ୍ରାର୍ଥୀ ଚୟନ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଥାଇପାରେ ବୋଲି ଅମର ପରୋକ୍ଷରେ ସୂଚନା ଦେଇଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.