ETV Bharat / city

ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ସହାୟତା ଘୋଷଣା - healths worker

କେନ୍ଦ୍ର ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ବୀମା । କୋରୋନା ମୁକାବିଲା କରୁଥିବା ତଥା ସେବାରେ ନିୟୋଜିତ କୌଣସି ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ 50 ଲକ୍ଷ ଟଙ୍କାର ଅର୍ଥ । ଅଧିକ ପଢନ୍ତୁ...

cm-announcement-for-healths-worker
cm-announcement-for-healths-worker
author img

By

Published : Apr 21, 2020, 2:06 PM IST

Updated : Apr 21, 2020, 4:07 PM IST

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟ ବୀମା । କୋରୋନା ମୁକାବିଲା କରୁଥିବା ତଥା ସେବାରେ ନିୟୋଜିତ କୌଣସି ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଲେ ମିଳିବ 50 ଲକ୍ଷ ଟଙ୍କାର ଅର୍ଥ । ଏନେଇ ଏକ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ 50 ଲକ୍ଷ ଟଙ୍କାର ସହାୟତା ଘୋଷଣା

ସେହିପରି ମୃତ୍ୟୁ ପରେ ମଧ୍ୟ ଚାକିରିର ଶେଷ ପର୍ଯ୍ୟନ୍ତ ମିଳିବ ଦରମା ମିଳିବା ସହ ଚାକିରି ପରେ ପରିବାରଲୋକଙ୍କୁ ପେନସନ ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ପାଇଁ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଯଦି କୌଣସି ବ୍ୟକ୍ତି ବାଧା ଦିଅନ୍ତି ତେବେ ସାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଅନ୍ୟପଟେ କୋରୋନା ଚିକିତ୍ସା ବେଳେ ମୃତ୍ୟୁ ଘଟିଲେ ଡାକ୍ତର ନର୍ସଙ୍କ ରାଜ୍ୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ, ଜାତୀୟ ଦିବସରେ ମିଳିବ ସମ୍ମାନ। ଉଭୟ ଘରୋଇ ଓ ସରକାରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 21, 2020, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.