ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭା ସଚିବଙ୍କୁ ଲେଖିଲେ ଚିଠି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିଧାନସଭାରେ ପାରିତ ନକରିବା ପାଇଁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
କେନ୍ଦ୍ର ସରକାର ଯେଉଁ ତିନୋଟି କୃଷି ଆଇନ ପାରିତ କରିଛନ୍ତି ଏହା ଅସାମ୍ବିଧାନିକ ଓ କୃଷକ ବିରୋଧୀ ଆଇନ । ତେଣୁ ବିଧାନସଭାରେ ସଂକଳ୍ପ ପାରିତ କରି ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ନିକଟରେ ଅନୁରୋଧ କରିବା ସହ ଓଡ଼ିଶାରେ ଏହାକୁ ଲାଗୁ ନ କରିବାକୁ ସଂକଳ୍ପ ପାରିତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ସୂଚନାଥାଉକି ନୂତନ କୃଷି ଆଇନକୁ ନେଇ ଦେଶରେ କୃଷକମାନେ ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ହେଲା ଆନ୍ଦୋଳନ ଜାରୀ ରଖିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ