ETV Bharat / city

ଜଳବାୟୁ ପରିବର୍ତ୍ତନ କାରଣରୁ ହେଉଛି ପ୍ରାକୃତିକ ବିପର୍ଯ୍ୟୟ: କେନ୍ଦ୍ର ପରିବେଶ ମନ୍ତ୍ରୀ

author img

By

Published : Sep 10, 2022, 5:50 PM IST

ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିପରି ଉପକୂଳକୁ ରକ୍ଷା କରାଯାଇପାରିବ ସେନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଷଣୀୟ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀ । ଏହି ଜାତୀୟ ସମ୍ମିଳନୀରେ 13 ଟି ରାଜ୍ୟ ଭାଗ ନେଇଛନ୍ତି ।  ଅଧିକ ପଢନ୍ତୁ

ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି : କେନ୍ଦ୍ର ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିପରି ଉପକୂଳକୁ ରକ୍ଷା କରାଯାଇପାରିବ ସେ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଷଣୀୟ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ଉପରେ ବହୁ କୁପ୍ରଭାବ ପଡୁଛି । ବନ୍ୟା ବାତ୍ୟା ଏବଂ ସୁନାମି ଭଳି ପ୍ରାକୃତିକ ବିପର୍ଯୟ ଦେଖା ଦେଇଛି । ତେବେ ଏହାକୁ ରୋକିବାକୁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।

ପୋଷଣୀୟ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟଣା, ଜଳବାୟୁ ପରିବର୍ତ୍ତନ କାରଣ, କୋଷ୍ଟଲ ବେଲ୍ଟ ଗୁଡିକର ସୁରକ୍ଷା ଆଦି ବିଷୟରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ପ୍ରତିକ୍ରିୟା କହିଛନ୍ତି ଯେ , ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ଯୋଗୁଁ ବନ୍ୟା ବାତ୍ୟା ଓ ବାଦଲ ଫଟା ବର୍ଷା ହେଉଛି । ଉପକୂଳ ଅଞ୍ଚଳରେ ଦେଶର 20 ପ୍ରତିଶତ ଜନସଂଖ୍ୟା ରହିଛି । ବେଳାଭୂମିକୁ ସ୍ବଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସ୍ବଚ୍ଛ ସାଗର ସୁରକ୍ଷିତ ସାଗର ଯୋଜନା ହାତକୁ ନେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର କୂଳ ଖାଉଛି ଓ ସମୁଦ୍ର ଜଳସ୍ତର ବଢୁଛି । ଯାହା ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଗହୀର ମଥା ଓ ଋଷିକୂଲ୍ୟା ମୁହାଣରେ ଚାଲିଥିବା ଅଲିଭ ରିଡ଼ଲେ ଓ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟାକୁ ପ୍ରସଂଶା କରିଛନ୍ତି ମନ୍ତ୍ରୀ ।

ଭାରତରେ 7500 କିମି ସାମୁଦ୍ରିକ ଉପକୂଳ ରହିଛି । ଏଥିରୁ ଓଡିଶାରେ 480 କିମି ରହିଛି । ରାଜ୍ୟ ସରକାର ସମନ୍ବିତ ଉପକୂଳ ପରିଚାଳନା ନିମନ୍ତେ ଉପକୂଳର ସୁରକ୍ଷା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେପ୍ଟେମ୍ବର 2010 ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ଜୋନାଲ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟରେ 293 କୋଟି ବ୍ୟୟରେ 198 କିମିର କାର୍ଯ୍ୟ କରାଯାଇଛି । ସେଥିରେ ପାରାଦୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା ପର୍ଯ୍ୟନ୍ତ କାର୍ଯ୍ୟ ହୋଇଛି । ଉପକୂଳରେ 17 ହଜାର ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଓ ଉଦ୍ଭିଦ ବସବାସ କରୁଛନ୍ତି । ସେମାନଙ୍କ ଭିତରେ ଓଡିଶାରେ ଅଲିଭ ରିଡ଼ଲେ ଭଳି ବିରଳ ପ୍ରଜାତିର ଅଣ୍ଡାଦାନ ଓ ପ୍ରଜନନ ହେଉଛି । ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ପୁରୀ ସମେତ 10 ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, ଭୁବନେଶ୍ୱର ସାଂସଦ ଅପରାଜିତା ସଢଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଜାତୀୟ ସମ୍ମିଳନୀରେ 13 ଟି ରାଜ୍ୟ ଭାଗ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.