ETV Bharat / city

ରାଜଧାନୀରେ ସ୍ୱଚ୍ଛତାକୁ ଗୁରୁତ୍ୱ, ବୁଲିଲା BMC ଟିମ

author img

By

Published : Jul 12, 2022, 1:28 PM IST

Updated : Jul 12, 2022, 1:39 PM IST

ରାଜଧାନୀରେ ସ୍ବଚ୍ଛତାକୁ ଗୁରୁତ୍ବ । ସହର ପରିବେଶକୁ ଫୋକସରେ ରଖିଛି ବିଏମସି । ଅଧିକ ପଢନ୍ତୁ

ରାଜଧାନୀରେ ସ୍ୱଚ୍ଛତାକୁ ଗୁରୁତ୍ୱ, ବୁଲିଲା BMC ଟିମ
ରାଜଧାନୀରେ ସ୍ୱଚ୍ଛତାକୁ ଗୁରୁତ୍ୱ, ବୁଲିଲା BMC ଟିମ

ଭୁବନେଶ୍ବର: ରାଜଧାନୀରେ ସ୍ବଚ୍ଛତାକୁ ଗୁରୁତ୍ବ । ସହର ପରିବେଶକୁ ଫୋକସରେ ରଖିଛି BMC । ଏନେଇ ଆଜି (ମଙ୍ଗଳବାର) ସକାଳୁ BMC କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ତାଙ୍କ ଟିମ୍‌ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ଜାଣତରେ ହେଉ କି ଅଜାଣତରେ ଏପରିକି ଅନେକ କ୍ଷେତ୍ରରେ ଲୋକଙ୍କ ଅବହେଳା ଯୋଗୁଁ ସହରର ପରିବେଶ ନଷ୍ଟ ହେଉଛି । ସହରକୁ ସବୁଜ ଓ ସୁନ୍ଦର ରଖିବାକୁ ହେଲେ ସମସ୍ତଙ୍କ ସହଯୋଗ ଜରୁରୀ। ଏହି ଆହ୍ବାନରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଆଜି ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ରାସ୍ତାଘାଟ, ବସଷ୍ଟାଣ୍ଡ ଅବସ୍ଥା, ଡ୍ରେନେଜ, ପରିମଳ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଓ ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ। ଜୟଦେବ ବିହାର ଓ ଗଜପତି ନଗରରେ ବୃକ୍ଷରୋପଣ ମଧ୍ୟ କରିଛନ୍ତି ।

BMC ଟିମ୍‌ ମୋ ଭୁବନେଶ୍ବର ଓ ସ୍ବଚ୍ଛ ଭୁବନେଶ୍ବର ସ୍ବପ୍ନ ସାକାର କରିବା ଦିଗରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଗସ୍ତ ସମୟରେ ବିଏମସି ଅତିରିକ୍ତ କମିଶନର, ସ୍ମାର୍ଟସିଟି, ୱାଟକୋ, ଟାଟା ପାୱାର, ପୂର୍ତ୍ତ ଓ ବନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 12, 2022, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.