ETV Bharat / city

ଚିନ୍ତାରେ 139 ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଆସିନି ମାଟ୍ରିକ ପରୀକ୍ଷା ଫଳ - 139 ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ପ୍ରକାଶ ପାଇପାରିଲା ନାହିଁ ମାଟ୍ରିକ ରେଜଲ୍ଟ । ଚିନ୍ତାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ ନ୍ୟାୟ ମାଗୁଛନ୍ତି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ। ଅଧିକ ପଢନ୍ତୁ...

class 10th 139 physically disabled students results not published
ଚିନ୍ତାରେ 139 ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବାହାରିନାହିଁ ମାଟ୍ରିକ ପରୀକ୍ଷା ଫଳ
author img

By

Published : Jul 3, 2021, 10:57 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ରେଜଲ୍ଟରେ ରେକର୍ଡ ମଧ୍ୟ କଲା। ରେଜଲ୍ଟ ପରେ ମୂଲ୍ୟାୟନର ତ୍ରୁଟି ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ। ଏହି ଘଟଣାକୁ ନେଇ ବିବାଦ ଲାଗିରହିଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। 139 ଜଣ ଭିନ୍ନକ୍ଷମ ପିଲାଙ୍କ ରେଜଲ୍ଟ ପ୍ରକାଶ ନକରି ଅଟକାଇ ଦିଆଯାଇଛି । ତେବେ ଏଭଳି କାହିଁକି କରାଯାଇଛି ସେନେଇ ବୋର୍ଡ ସଚିବ ଏବଂ ଏସ୍ଏସ୍ପିଇଡି ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ମାନବାଧିକାର ଆୟୋଗ।

ସୂଚନା ଅନୁଯାୟୀ, 9 ଟି ସ୍କୁଲର 139 ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇ ନାହିଁ। ରେଜଲ୍ଟକୁ ଅଟକାଇ ଦିଆଯାଇଛି। ଏନେଇ ଓଡିଶା ମାନବାଧିକାର ଆୟୋଗଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଛି। ମାମଲା ରୁଜୁ କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ କୋର ଗ୍ରୁପ ସଦସ୍ୟ ମନୋଜ ଜେନା। ଏହି ଦିବ୍ୟାଙ୍ଗ ପିଲାମାନଙ୍କର ଭବିଷ୍ୟତ ସହିତ ଖୋଳାଯାଇଥିବା ବେଳେ ସେମାନଙ୍କ ପ୍ରତି ଘୋର ଅବିଚାର କରାଯାଇଛି । ଏହାର ବିଚାର କରାଯିବା ଆବଶ୍ୟକ ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ଅନ୍ୟପଟେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନେଇ ଡେଙ୍ଗୁରା ପିଟୁଥିବା ବେଳେ ଚଳିତ ବର୍ଷର ମାଟ୍ରିକ ଫଳ ପ୍ରକାଶ କରିବାରେ କଣ ଅସୁବିଧା ହେଲା ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ଯେଭଳି ଭାବରେ ଜେନେରାଲ ପିଲାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି ସେହିଭଳି ଭାବରେ ଆମର ମଧ୍ୟ ପ୍ରକାଶ କରାଯାଉ।

ଚିନ୍ତାରେ 139 ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ବାହାରିନାହିଁ ମାଟ୍ରିକ ପରୀକ୍ଷା ଫଳ

ଅନ୍ୟପଟେ ଅଭିଯୋଗକାରୀ ମନୋଜ ଜେନାଙ୍କ କହିଛନ୍ତି ଯେ କିଭଳି ପରିସ୍ଥିତିରେ 139 ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ କରାନଯାଇ ଅଟକାଯାଇଛି । ଜେନେରାଲ ପିଲାଙ୍କ ସହ କାହିଁକି ପ୍ରକାଶ କଲେନାହିଁ ବୋର୍ଡ। ଏହାକୁ ନେଇ ଆୟୋଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଏବଂ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏନେଇ ଆକ୍ସନ୍ ଟେକେନ ରିପୋର୍ଟ ଦାଖଲ କରିବାକୁ ଓଡିଶା ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 22 ଜୁଲାଇ ରଖାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ସ୍କୁଲଗୁଡିକୁ ମାଧ୍ୟମିକ ଶିକ୍ଷା ପରିଷଦ ଏ ପର୍ଯ୍ୟନ୍ତ ଅନୁମୋଦନ ଦେଉନାହିଁ। ଫଳରେ ଏହି ସ୍ବତନ୍ତ୍ର ସ୍କୁଲ ଗୁଡିକରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଶିକ୍ଷାବର୍ଷ ଶେଷରେ ବିଦ୍ୟାଳୟ ଗୁଡିକରୁ ଟିସି ନେଇ କରେସପଣ୍ଡେନ୍ସ କୋର୍ସରେ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥାନ୍ତି। 2007 ମସିହାରୁ ଏଭଳି ଚାଲିଆସିଛି। ତେବେ ଚଳିତବର୍ଷ ଦଶମ ପରୀକ୍ଷା ବାତିଲ ହୋଇ ବିକଳ୍ପ ମୂଲ୍ୟାୟନ ହୋଇଥିବା ବେଳେ ଏହି ସ୍ବତନ୍ତ୍ର ସ୍କୁଲ ଗୁଡିକର ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳରୁ ବାଦ ପଡିଛନ୍ତି। ସେମାନଙ୍କର ପରୀକ୍ଷା ଫଳ ବାହାରିନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ତାଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟ ବିରୋଧରେ ଛାତ୍ର ଛାତ୍ରୀମାନେ ମୁହଁ ଖୋଲିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.