ETV Bharat / city

କୋଭିଡ ନିରାକରଣ ପାଇଁ ସିଟି ସ୍କାନର ବ୍ୟବହାର କେତେମାତ୍ରାରେ ପ୍ରଯୁଜ୍ୟ ? - ct scanner

କୋଭିଡ ନିରାକରଣ ପାଇଁ ସିଟି ସ୍କାନର ବ୍ୟବହାର କେତେମାତ୍ରାରେ ପ୍ରଯୁଜ୍ୟ ? ଏନେଇ ଜାଣନ୍ତୁ କଣ ରହିଛି ବିଶେଷଜ୍ଞଙ୍କ ମତ...

କୋଭିଡ ନିରାକରଣ ପାଇଁ ସିଟି ସ୍କାନର ବ୍ୟବହାର କେତେମାତ୍ରାରେ ପ୍ରଯୁଜ୍ୟ ?

author img

By

Published : Aug 20, 2020, 2:20 PM IST

ଭୁବନେଶ୍ବର: କୋରୋନା କାୟାରେ ସାରା ବିଶ୍ବ । ଦେଶ ଓ ରାଜ୍ୟରେ ବି କୋରୋନାକୁ ନେଇ ସମସ୍ତେ ଚିନ୍ତିତ । କୋରୋନା ଆକ୍ରାନ୍ତଙ୍କ ବର୍ଦ୍ଧିତ ହାରକୁ ଦେଖି ସମସ୍ତେ ଏବେ କୋରୋନା ଟେଷ୍ଟ କରିବା ଚିନ୍ତାରେ ରହିଛନ୍ତି ।

କୋଭିଡ ନିରାକରଣ ପାଇଁ ସିଟି ସ୍କାନର ବ୍ୟବହାର କେତେମାତ୍ରାରେ ପ୍ରଯୁଜ୍ୟ ?

ସରକାରଙ୍କ ଗାଇଡଲାଇନ ଅନୁସାରେ ଦୁଇ ପ୍ରକାର ଟେଷ୍ଟ କରାଯାଉଛି । ଆରଟିପିସିଆର କିମ୍ବା ରାପିଡ ଟେଷ୍ଟ ମାଧ୍ୟମରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ଦୁଇ ଟେଷ୍ଟ ବାଦ୍‌, କୋଭିଡ୍‌ ପାଇଁ ସିଟି ସ୍କାନର ବ୍ୟବହାର କରିବାକୁ ଚର୍ଚ୍ଚା ହେଉଛି । ହେଲେ ପରିସ୍ଥିତି ସେତିକି ଜଟିଳ ନଥିଲେ, କିମ୍ବା ଆରଟିପିସିଆର ଓ ରାପିଟ ଟେଷ୍ଟରେ କୋରୋନା ପଜେଟିଭ୍‌ ଆସୁଥିଲେ ଅଯଥା ସିଟି ସ୍କାନ ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ତେବେ ଯଦି କୌଣସି ବ୍ୟକ୍ତିର ଟ୍ରାଭେଲ ହ୍ରିଷ୍ଟ୍ରି ତଥା କୋରୋନା ଲକ୍ଷଣ ରହିଛି । ହେଲେ ଦୁଇଟି ଟେଷ୍ଟରେ ନେଗେଟିଭ୍‌ ଆସୁଛି । ନିଶ୍ବାସ ନେବାରେ କଷ୍ଟ ହେଉଛି । ସେକ୍ଷେତ୍ରରେ ସିଟି ସ୍କାନ କରାଯାଇପାରିବ । ସିଟି ସ୍କାନ ପରେ ଯଦି ଫୁସଫୁସରେ ଏପିଟିକାଲ ନିମୋନିଆ ମିଳିବ ତାହାଲେ କୋଭିଡ୍‌ ପଜେଟିଭ୍‌ ରହିଛି ବୋଲି ଜଣାପଡିବ । ହେଲେ କେବଳ ସିଟି ସ୍କାନ କଲେ ଯେ, କୋଭିଡ୍‌ ଜଣାପଡିବ ତାହା ଭ୍ରାନ୍ତ ଧାରଣା ବୋଲି ଆଇଏମଏର ରାଜ୍ୟ ସମ୍ପାଦକ ସନ୍ତୋଷ ମିଶ୍ର କହିଛନ୍ତି ।

ସେହିପରି ସବୁକେସରେ ସିଟି ସ୍କାନ କରାଯିବ ନାହିଁ। ଯଦି କୋରୋନା ଟେଷ୍ଟକୁ ନେଇ କୌଣସି ଦ୍ବନ୍ଦ୍ବ ଉପୁଜୁଛି ହେଉଛି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବା ଅନ୍ୟ ଏକ କେନ୍ଦ୍ରରେ ଟେଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି । ତେବେ ସିଟି ସ୍କାନକୁ ନେଇ ବିଶେଷଜ୍ଞଙ୍କ ଏପରି ମତ ପରେ ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଦୂରେଇ ଯିବ ବୋଲି ଆଶା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.