ETV Bharat / city

ସଫେଇ କର୍ମୀଙ୍କୁ ଭୁଲିଗଲେ ସରକାର, ଅଭିଯୋଗ କଲେ ବିଏମସି ସଙ୍ଘ - ସଫେଇ କର୍ମଚାରୀଙ୍କ ହେଉନି ଦାବି ପୁରଣ

ପ୍ରଧାନମନ୍ତ୍ରୀ ସବୁବେଳେ ଗରିବ, ଦଳିତ, ମହିଳାଙ୍କ ପାଇଁ କାମ କରୁଥିବା କହୁଛନ୍ତି । କିନ୍ତୁ ସରକାର କେହି ସଫେଇ କର୍ମଚାରଙ୍କ ବାବଦରେ ଗୋଟିଏ ବାକ୍ୟ ବା ଶବ୍ଦ ମଧ୍ୟ କହିବା ଆମେ ଶୁଣିନାହୁଁ ବୋଲି ଭୁବନେଶ୍ଵର ମହାନଗର ନିଗମ କର୍ମଚାରୀ ସଂଘର ସଭାପତି ବିଷ୍ଣୁ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

‘ରାଜଧାନୀକୁ ସଫା ରଖୁବା ଆମର କାମ’
‘ରାଜଧାନୀକୁ ସଫା ରଖୁବା ଆମର କାମ’
author img

By

Published : Apr 6, 2021, 6:02 PM IST

ଭୁବନେଶ୍ଵର: ରାଜଧାନୀକୁ ସଫା ରଖିବା ଆମର କାମ, ଆମର ଦୁଃଖ ଆମର ଦାବି ପୁରଣ କରିବା ତମର କାମ । ଭୁବନେଶ୍ବରର ସଫେଇ କର୍ମଚାରୀଙ୍କ ସମ୍ମାନ, ମର୍ଯ୍ୟାଦା ସମ୍ପର୍ଣ୍ଣ ଜୀବନ ପାଇଁ ସେମାନେ ସଂଗ୍ରାମ କରୁଛନ୍ତି । ଆଜି ଦିନରେ କାନ୍ଥରେ, ବ୍ୟାନରରେ, ଟିଭି ପରଦାରେ ସଫେଇ କର୍ମଚାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ, ସ୍ଥାନୀୟ ରାଜନେତା ଚକ୍ ଚକ୍ କରୁଥିବା ଯୋତା ଓ ହାତରେ ଗ୍ଲୋଭସ ପିନ୍ଧି ନୂତନ ଝାଡ଼ୁ ଧରିଥିବା ଫଟୋମାନ ଦେଖିବାକୁ ପାଉଛୁ । କିନ୍ତୁ ସରକାର ଏଯାଏଁ ସଫେଇ କର୍ମଚାରୀଙ୍କ ଦୁଃଖ ଶୁଣିବାକୁ ନାରାଜ । ଆମେ ଆହୁରି ମଧ୍ୟ ଦେଖୁଛୁ ଯେ ପ୍ରତ୍ୟେକ ସ୍ଥାନରେ ସ୍ଵଚ୍ଛ ଭାରତର ସ୍ଲୋଗାନ ଦିଆଯାଉଛି । ସରକାର ୩ ବର୍ଷ ତଳେ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ କଲେ । ଏହାର ବିଜ୍ଞାପନ ପ୍ରଚାର ଓ ପ୍ରସାର ପାଇଁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଗଲା । ସରକାର ପ୍ରତିଦିନ ୧.୪ କୋଟି ଟଙ୍କା ବିଜ୍ଞାପନ ପାଇଁ ଖର୍ଚ୍ଚ କରୁଛନ୍ତି, ଯାହାକି କାର୍ଯ୍ୟକ୍ରମର ପ୍ରସାର ପାଇଁ ଏହି ସମୟ ମଧ୍ୟରେ ୫୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଭୁବନେଶ୍ଵର ମହାନଗର ନିଗମ କର୍ମଚାରୀ ସଂଘର ସଭାପତି ବିଷ୍ଣୁ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

‘ରାଜଧାନୀକୁ ସଫା ରଖୁବା ଆମର କାମ’

ଭୁବନେଶ୍ବର ମହାନଗର ନିଗମର ଆବର୍ଜନାର ସଠିକ୍ ପରିଚାଳନା ପାଇଁ ବର୍ଷକୁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ କରିବା ଓ ଯନ୍ତ୍ରୀ, ଅଫିସରମାନେ ୪୦ କୋଟି ୪୬ ଲକ୍ଷ ଟଙ୍କା ହଡ଼ପ କରିଥିବା କଥା ଆମ ନଜରକୁ ଆସିଛି । କିନ୍ତୁ ବାସ୍ତବରେ ଯେଉଁ ସଫେଇ କର୍ମଚାରୀମାନେ ସହରକୁ ସଫାସୁତରା ରଖୁଛନ୍ତି, ଯେଉଁମାନେ କାମ ସ୍ଵୀକୃତି ପାଇଛନ୍ତି, ସେମାନଙ୍କ ପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାଁନ୍ତି । ଏପରି ବଡ଼ ଧରଣର ଉତ୍ସବ ଚାଲିଥିବା ବେଳେ ଆମ ସଫେଇ ଶ୍ରମିକଙ୍କ ଅବସ୍ଥା ସମ୍ପର୍କରେ କେଉଁଠି ଆଲୋଚନା ହେଉନାହିଁ ।

ଯେତେବେଳେ ସରକାର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ଏଥିରୁ ସ୍ଵଚ୍ଛ ଅଂଶ ଆମ ପାଇଁ ରଖନ୍ତେନି ? ପ୍ରଧାନମନ୍ତ୍ରୀ ସବୁବେଳେ ଗରିବ ଲୋକଙ୍କ ପାଇଁ ଦଳିତ, ମହିଳା ଆଦି ମାନଙ୍କ ପାଇଁ କାମ କରୁଥିବା କହୁଛନ୍ତି । ଆମ ମଧ୍ୟରୁ ପ୍ରାୟ ସମସ୍ତେ ଦଳିତ ଏବଂ ମହିଳା ଆମେ ମଧ୍ୟ ସେ ଗରିବ ପରିବାରରୁ ଆସିଛୁ । କିନ୍ତୁ ସରକାରଙ୍କ କେହି ସଫେଇ କର୍ମଚାରୀଙ୍କ ବାବଦରେ ଗୋଟିଏ ବାକ୍ୟ ବା ଶବ୍ଦ ମଧ୍ୟ କହିବା ଆମେ ଶୁଣିନାହୁଁ ବୋଲି ଭୁବନେଶ୍ଵର ମହାନଗର ନିଗମ କର୍ମଚାରୀ ସଂଘର ସଭାପତି ବିଷ୍ଣୁ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.