ଭୁବନେଶ୍ବର: CHSE ପକ୍ଷରୁ ପ୍ରକାଶ ପାଇଛି ତ୍ରୈମାସିକ ପରୀକ୍ଷା ସୂଚୀ (CHSE announced quarterly examination) । ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷା ପାଇଁ ସୂଚୀ ଜାରି କରିଛି CHSE । ଏହି ପରୀକ୍ଷାରେ ୨୦ ମାର୍କ ଥିଓରୀ ଓ ୧୦ ପ୍ରାକ୍ଟିକାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ (examination schedule for plus two students) । ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ୱାଦଶ ଶ୍ରେଣୀର ପ୍ରଥମ ତ୍ରୈମାସିକ ପରୀକ୍ଷା ହେବ । ସେହିଭଳି ନଭେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ବିତୀୟ ତ୍ରୈମାସିକ ପରୀକ୍ଷା ହେବ ।
ଏହି କ୍ରମରେ ଜାନୁଆରୀ ପ୍ରଥମ ସପ୍ତାହରେ ତୃତୀୟ ତ୍ରୈମାସିକ ପରୀକ୍ଷା ଅନୁଷ୍ଠିତ ହେବ (CHSE examination schedule)। ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ । ତେବେ ସମସ୍ତ ଥିଓରୀ ପରୀକ୍ଷା ୪୫ ମିନିଟ ମଧ୍ୟରେ କରାଯିବ । ଦ୍ୱାଦଶ ଶ୍ରେଣୀର ପ୍ରଥମ ତିନୋଟି ତ୍ରୈମାସିକ ପରୀକ୍ଷା ଏବଂ ଏକାଦଶ ଶ୍ରେଣୀର ପ୍ରଥମ ତିନୋଟି ତ୍ରୈମାସିକ ପରୀକ୍ଷା ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଦ୍ୱାରା କରାଯିବ । ଏକାଦଶ ଶ୍ରେଣୀର ବର୍ଷ ଶେଷ ପରୀକ୍ଷା ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ପରୀକ୍ଷା କରାଯିବ ।
ତ୍ରୈମାସିକ ପରୀକ୍ଷାରେ ଥିଓରୀ ପେପରରେ ପ୍ରଶ୍ନ କିଭଳି ଆସିବ ତାହା କହିଛି CHSE (CHSE quarterly examination pattern)
- ନମ୍ବର ବିଶିଷ୍ଟ ୬ଟି ଅତି ଛୋଟ ପ୍ରଶ୍ନର ଉତ୍ତର ଲେଖିବା ବାଧ୍ୟତାମୂଳକ ରହିଛି । ପ୍ରଶ୍ନର ଉତ୍ତର ଲେଖିବା ପାଇଁ ଦୁଇ ମିନିଟ ମିଳିବ ।
- ସେହିଭଳି ୨ ନମ୍ବର ବିଶିଷ୍ଟ ୪ଟି ପ୍ରଶ୍ନ ରହିବ । ସେଥିମଧ୍ୟରୁ ୩ ପ୍ରଶ୍ନର ଉତ୍ତର ଲେଖିବା ବାଧ୍ୟତାମୂଳକ । ଏଥିରୁ ମୋଟ ୬ ନମ୍ବର ମିଳିବ ।
- ଏହାପରେ ୪ ନମ୍ବର ବିଶିଷ୍ଟ ୩ଟି ପ୍ରଶ୍ନ ଆସିବ । ସେଥିମଧ୍ୟରୁ ଦୁଇଟି ପ୍ରଶ୍ନର ଉତ୍ତର ଲେଖିବା ବାଧ୍ୟତାମୂଳକ ରହିବ । ଏଥିରୁ ମୋଟ ୮ ମାର୍କ ମିଳିବ ।
ଛାତ୍ରମାନଙ୍କ ଦ୍ୱାରା ପ୍ରାପ୍ତ ମାର୍କ ଉଚ୍ଚ ମାଧ୍ୟମିକ ସ୍କୁଲ ଦ୍ୱାରା ଏକ ଫର୍ମାଟରେ ସଂରକ୍ଷିତ ହେବ । ବିଦ୍ୟାଳୟ ଏବଂ ପରିଷଦ ଡାଟାବେସରେ ମଧ୍ୟ ଅପଲୋଡ୍ ହେବ । ମାର୍କ ଅପଲୋଡ ପାଇଁ ଫର୍ମାଟ୍ ଏବଂ ଲିଙ୍କ୍ CHSE ଦ୍ୱାରା ପ୍ରଦାନ କରାଯିବ।
ଇଟିଭି ଭାରତ, ଭୁବନେଶ୍ବର