ETV Bharat / city

ଚିତାଲାଗି ଅମାବାସ୍ୟାରେ ରାଜଧାନୀରେ 'ଚିତଉ ପିଠା' ପ୍ରଦର୍ଶନୀ

ଚିତଉ ଅମାବାସ୍ୟାକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବାସୀ । 'ସମ୍ଭାବନା' ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡିଆ ଗୃହିଣୀମାନେ ନିଜ ଘରୁ ପିଠା ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶନ କରିଛନ୍ତି ।

author img

By

Published : Aug 1, 2019, 6:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଆ ସଂସ୍କୃତିରେ 12 ମାସରେ 13 ପର୍ବ ପାଳିତ ହୁଏ । ତନ୍ମଧ୍ୟରୁ ଚିତଉ ଅମାବାସ୍ୟା ଆଉ ଏକ ଗଣପର୍ବ । ଆଉ ଏହି ଗଣପର୍ବକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବାସୀ । ସାଧା, ମସଲା, ପୁରଦିଆ ଆଦି ବିଭିନ୍ନ ପ୍ରକାର ଚିତଉ ଦେଖିବା ସହ ଚାଖିବାକୁ ମିଳିଥିଲା ରାଜଧାନୀରେ ଆୟୋଜିତ 'ଚିତଉ ପିଠା' ପ୍ରଦର୍ଶନୀରେ । 'ସମ୍ଭାବନା' ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡିଆ ଗୃହିଣୀମାନେ ନିଜ ଘରୁ ପିଠା ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଚିତଉ ପିଠା ପ୍ରଦର୍ଶନୀକୁ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଭଦ୍ର ଉଦଘାଟନ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସମ୍ଭାବନା ପକ୍ଷରୁ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ । ଏକ ଦିବସୀୟ ଆୟୋଜିତ ଏହି ପ୍ରଦର୍ଶନୀରେ ପାଖାପାଖି 25ରୁ ଊର୍ଦ୍ଧ୍ବ ମହିଳା ଭାଗ ନେଇଛନ୍ତି । ଆଜି ପବିତ୍ର ଚିତା ଲାଗି ଅମାବାସ୍ୟା ହୋଇଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ଦିଅଁଙ୍କ ଠାରେ ଚିତା ଲାଗିଥାଏ । ଏହାପରେ ମହାପ୍ରଭୁଙ୍କ ନିକଟରେ ପିଠା ଭୋଗ କରାଯାଏ । ଖାଲି ସେତିକି ନୁହେଁ ଚାଷ କାର୍ଯ୍ୟର ମୁଖ୍ୟ ଋତୁ ଖରିଫ ଋତୁ । ଏହି ସମୟରେ ବର୍ଷା ପାଣି ଜମୁଥିବା କାରଣରୁ ଜମିରେ ଥିବା ଗେଣ୍ଡା, କୋଚିଆ ଆଦି ଜନ୍ତୁମାନେ ଚାଷୀଙ୍କ ଗୋଡ଼ କାଟି ଦିଅନ୍ତି । ତେଣୁ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦିନ ଚିତଉ ପିଠା ପୂଜା କରିବା ସହିତ ସେମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ । ଯାହାଫଳରେ ଚାଷୀ ଭଲରେ ଭଲରେ ଚାଷ କାର୍ଯ୍ୟ କରିବା ସହିତ ଭଲ ଫସଲ ଅମଳ କରିଥାଏ ବୋଲି ବିଶ୍ବାସ ରହିଛି ।

ବିଲୁପ୍ତ ଆଡକୁ ଅଗ୍ରସର ହେଉଥିବା ଆମ ସମାଜର ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖିବାକୁ ଏଭଳି କାର୍ଯ୍ୟକ୍ରମ ଏକ ମୁଖ୍ୟ ମାଧ୍ୟମ । ସେପଟେ ସଂସ୍କୃତି ଓ ପରମ୍ପରା ଅନୁସାରେ କାର୍ଯ୍ୟ କଲେ ଆମକୁ ଆମ ଜିନିଷ ପାଇଁ ପରିଚୟ ପାଇବାକୁ ରସଗୋଲା ଭଳି ଜିଆଇ ଟ୍ୟାଗ ମାଗିବାକୁ ପଡିବନି ବୋଲି ସମ୍ଭାବନାର ପରିଚାଳିକା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:
ରାଜଧାନୀରେ ଆୟୋଜିତ ହେଲା "ଚିତଉ"ଉତ୍ସବ।ସାଧା,ମସଲା,ପୁରଦିଆ ଆଦି ବିଭିନ୍ନ ପ୍ରକାର ଚିତଉ ଦେଖିବା ସହିତ ଏହାର ସ୍ୱାଦ ଚାଖିବାର ସୁଯୋଗ ପାଇଲେ ରାଜଧାନୀବାସୀ ।ଧୀରେ ଧୀରେ ଓଡ଼ିଆ ଲୋକମାନେ ପର୍ବପର୍ବାଣୀରେ ରହିଥିବା ପରମ୍ପରା ଅନୁଯାୟୀ ପିଠା ପଣା କରିବା ଭୁଲି ଯାଉଥିବା ବେଳେ ସମ୍ଭାବନା ଅନୁଷ୍ଠାନ ପକ୍ଷରୁ 3 ବର୍ଷ ଧରି ଏଭଳି ଉତ୍ସବ ଆୟୋଜିତ ହେଉଅଛି।ଯେଉଁଥିରେ ଓଡ଼ିଆ ଗୃହିଣୀମାନେ ଘରୁ ପ୍ରସ୍ତୁତ ଚିତଉ ପିଠା ପ୍ରସ୍ତୁତ କରି ଆଣି ଏଠାରେ ପ୍ରଦର୍ଶନ କରିଛନ୍ତି।ଏହାକୁ ଲୋକମାନେ ଦେଖିବା ସହିତ କିଣିକରି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।
Body:ଆଜିକାର ପିଜ୍ଜା ଓ ବର୍ଗର ଦୁନିଆଁ ରେ ଲୋକମାନେ ନିଜ ସଂସ୍କୃତି ଓ ପରମ୍ପରା ଭୁଲି ଯାଉଛନ୍ତି ।ତେଣୁ ସମ୍ଭାବନା ପକ୍ଷରୁ ଏଭଳି ପ୍ରୟାସ କୁ ସ୍ୱାଗତ କରିଛନ୍ତି ଏଥିରେ ଭାଗ ନେଇଥିବା ସଂଧ୍ୟାରାଣୀ ରଥ।ସେହିପରି ଏହା ପଛରେ ଲୋକ କଥା ଓ ବୈଜ୍ଞାନିକ କାହାଣୀ ଥିବା କହିଛନ୍ତି ଅନ୍ୟତମ ପ୍ରତିଯୋଗୀ ବିଦୁଲତା ସ୍ୱାଇଁ। ଓଡ଼ିଆ ସଂସ୍କୃତି ରେ ବାର ମାସ ରେ ତେର ପର୍ବ।ଏହି ପର୍ବପର୍ବାଣି ପାଳନ ମାନେ କୌଣସି ବିଚାର ଧାରା କୁ ମଧ୍ୟ ପ୍ରତିପାଦିତ କରିବା ।ଏହା ସହିତ ଆନନ୍ଦ ଉଲ୍ଲାସ ମନାଇବା ପାଇଁ ନାନା ପ୍ରକାର ପିଠା ପଣା କରି ଠାକୁରଙ୍କ ଉଦେଶ୍ୟରେ ସମର୍ପଣ କରିବା ଓ ତାକୁ ପ୍ରସାଦ ଆକାରରେ ଖାଇ ନିଜ ନିଜ ମଧ୍ୟରେ ବାଣ୍ଟିବାରେ ଆନନ୍ଦ ଲାଭ କରିଥାନ୍ତି।
ଧୀରେ ଧୀରେ ଏହି ପରମ୍ପରା ଆମ ସମାଜରୁ ବିଲୁପ୍ତି ଆଡ଼କୁ ଅଗ୍ରସର ହେଉଥିବାବେଳେ ସହରାଞ୍ଚଳ ମାନଙ୍କରେ ଏସବୁ ଏକପ୍ରକାର ବୁଡିବାକୁ ବସିଲାଣି।ତେଣୁ ଏହି ସବୁ ପରମ୍ପରା କୁ ପୁନଃ ଉଜ୍ଜୀବିତ କରିବା ଉଦେଶ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଆଜି ଆୟୋଜିତ ହୋଇଥିଲା "ଚିତଉ"ପିଠା ପ୍ରଦର୍ଶନୀ ।ଆଜି ପବିତ୍ର ଚିତା ଲାଗି ଅମାବାସ୍ୟା ହୋଇଥିବାରୁ ଏହିଦିନ ଶ୍ରୀମନ୍ଦିରରେ ଦିଅଁ ଙ୍କ ଠାରେ ଚିତା ଲାଗିଥାଏ।ତାହାପରେ ତାଙ୍କ ନିକଟରେ ଏହି ପିଠା ଭୋଗ କରାଯାଏ।ଆହୁରି ମଧ୍ୟ ଚାଷ କାର୍ଯ୍ୟ ର ମୁଖ୍ୟ କାର୍ଯ୍ୟ ଏହି ଖରିଫ ସିଜିନ ହେଉଥିବାରୁ ଏହି ସମୟରେ ବର୍ଷା ପାଣି ଯୋଗୁ ଗେଣ୍ଡା ,କୋଚିଆ ଆଦି ଜନ୍ତୁମାନେ ଚାଷୀଙ୍କ ଗୋଡ଼ ହାତ କାଟି ଦିଅନ୍ତି।ତେଣୁ ସେମାନଙ୍କୁ ପ୍ରୀତ କରିବା ପାଇଁ ଏହି ଦିନ ଚିତଉ ପିଠା ପୂଜା କରିବା ସହିତ ସେମାନଙ୍କୁ ଖାଇବା ପାଇଁ ଦିଆଯାଏ।ଯାହାଫଳରେ ଚାଷୀ ଭଲରେ ଭଲରେ ଚାଷ କାର୍ଯ୍ୟ କରିବା ସହିତ ଭଲ ଫସଲ ଅମଳ କରିବାରେ ସାହାଯ୍ୟ କରେ ବୋଲି ଲୋକକଥା ରହିଛି। Conclusion:
ଲୋକମାନେ ନିଜ ସଂସ୍କୃତି ଓ ପରମ୍ପରା ଅନୁସାରେ କାର୍ଯ୍ୟ କଲେ ଆମକୁ ଆମ ଜିନିଷ ଏଇଟା ବୋଲି ପରିଚୟ ମାଗିବାକୁ ପଡିବନି ବୋଲି ସମ୍ଭାବନା ର ଟ୍ରଷ୍ଟି ସ୍ମୃତି ମହାନ୍ତି କହିଛନ୍ତି।ତେଣୁ ଆମ ଜିନିଷ ର ବହୁଳ ମାତ୍ରାରେ ବ୍ୟବହାର ସହିତ ପ୍ରସାର ଘଟିଲେ ଆମକୁ ରସଗୋଲା ଭଳି ଅନ୍ୟ ସାମଗ୍ରୀ ର ଜିଆଇ ପ୍ରମାଣ ପତ୍ର ହାସଲ କରିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି।ଏକ ଦିବାସୀୟ ଏହି ପ୍ରଦର୍ଶନୀରେ ପାଖାପାଖି 25ରୁ ଉର୍ଦ୍ଧ୍ବ ମହିଳା ଭାଗ ନେଇ ସେମାନଙ୍କ ପ୍ରସ୍ତୁତ ଚିତଉ ପିଠା ପ୍ରଦର୍ଶନ କରିଥିଲେ।ଯାହାକୁ ଅନୁଷ୍ଠାନ ର ଅଧ୍ୟକ୍ଷ ଶରତ ଭଦ୍ର ଉଦ୍ଘାଟନ କରିଥିଲେ।
ବାଇଟ୧-ବିଦୁଲତା ସ୍ୱାଇଁ
ବାଇଟ୨-ସ୍ମୃତି ମହାନ୍ତି
ବାଇଟ୩-ସଂଧ୍ୟାରାଣୀ ରଥ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.