ETV Bharat / city

ବାଚସ୍ପତିଙ୍କୁ ଭେଟିଲେ ଚୀନ ପ୍ରତିନିଧି ଦଳ - ଓଡିଶାରେ ଚୀନର ପୁଞ୍ଜି ନିବେଶ

ରାଜ୍ୟରେ ପୁଞ୍ଜି ଖଟାଇବ ଚୀନ । ବିଧାନସଭା ବାଚସ୍ପତିଙ୍କୁ ସାକ୍ଷାତ କରି ଦେଲେ ପ୍ରସ୍ତାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 11, 2019, 7:24 AM IST

ଭୁବନେଶ୍ବର: ଓଡିଶାରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଚୀନ । ବିଶେଷକରି ଗୃହନିର୍ମାଣ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଚାଇନା ନିଜସ୍ବ ଟେକ୍ନୋଲୋଜି ବ୍ୟବହାର କରି କମ ଖର୍ଚ୍ଚରେ ଗୃହ ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଏ ନେଇ ଚାଇନାର ଏକ 9 ଜଣିଆ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର , ବାଚସ୍ପତିଙ୍କ ସହ ଆଲୋଚନା କରି ଏହି ପ୍ରସ୍ତାବ ଦେଇଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସାକ୍ଷାତ କରି ଦୀର୍ଘ ସମୟ ଧରି ବିଭିନ୍ନ ଦିଗରେ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ମଣ୍ଡଳୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ଏହି ପ୍ରତିନିଧି ମଣ୍ଡଳୀ ଓଡିଶା ବିଧାନସଭା ବୁଲି ଦେଖିଛନ୍ତି । ବାଚସ୍ପତି କହିଛନ୍ତି ପ୍ରତିନିଧି ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ଚୀନ ପ୍ରତିନିଧି ମଣ୍ଡଳୀ ବିଧାନସଭାରେ ବାଚସ୍ପତିଙ୍କୁ ସାକ୍ଷାତ।

Body:ଓଡ଼ିଶାରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଚାଇନା।ବିଶେଷକରି ହାଉସିଂ,ଗୃହନିର୍ମାଣ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଚାଇନା ନିଜସ୍ୱ ଟେକ୍ନୋଲୋଜି ବ୍ୟବହାର କରି କମ ଖର୍ଚ୍ଚରେ ଗୃହ ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।ଏ ନେଇ ଚାଇନାର ଏକ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ,ବାଚସ୍ପତିଙ୍କ ସହ ଆଲୋଚନା କରି ଏହି ପ୍ରସ୍ତାବ ରଖିଛି।ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସାକ୍ଷାତ କରି ଦୀର୍ଘ ସମୟ ଧରି ବିଭିନ୍ନ ଦିଗରେ ପୁଞ୍ଜିନିବେଶ ବିଷୟରେ ଆଲୋଚନା ହୋଇଛି।ଯେହେତୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ଅଗ୍ରଗତି କରୁଛି,ଏବଂ ହାଉସିଂ କ୍ଷେତ୍ରରେ ଏଠାରେ ଏକ ଲମ୍ବା ଭବିଷ୍ୟତ ଦେଖୁଛି ଚାଇନା।

ଓଡ଼ିଶାରେ ଗୃହନିର୍ମାଣ ଏବଂ ଶିଳ୍ପ ପ୍ରତିଷ୍ଠା ନେଇ ଅନୁକୂଳ ପରିବେଶ ରହିଛି।ଏଠି ବିବିଧ କ୍ଷେତ୍ରରେ ଚାଇନାର ସହଯୋଗ ରହିବା ନେଇ ଆଜି ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି ବୋଲି ହଙ୍କକଙ୍ଗସ୍ଥିତ ଷ୍ଟାର ଇଲଡ଼ କମ୍ପାନୀର ଲଙ୍ଗ ମିନ ଲାଉ ରନସନ କହିଛନ୍ତି।

ଚୀନ ମହାଦେଶରୁ ଏକ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ବିଧାନ ସଭା ବୁଲି ଦେଖିଲେ।ଓଡ଼ିଶାରେ ହାଉସିଂ ଏବଂ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶ ନେଇ ଆଗ୍ରହ ପ୍ରକାଶ କରିଛନ୍ତି।ସେମାନଙ୍କ ସହ ବିଭିନ୍ନ ଦିଗ ନେଇ ଆଲୋଚନା ହୋଇଛି, ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ସଚିବ ଙ୍କୁ ଭେଟିବାକୁ ପରାମର୍ଶ ଦେଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.