ETV Bharat / city

କୁନିହାତରେ ବଡ କାରନାମା: ପ୍ଲାଷ୍ଟିକରୁ ତିଆରି କଲେ ରୋବଟ ଓ ଭ୍ୟାକୁମକ୍ଲିନର - unprivileged sections create robots

କିଏ ରୋବର୍ଟ ତିଆରି କରୁଛି ତ କିଏ ପୁଣି ଘରପୋଛା ମେସିନ୍ । ତାହା ପୁଣି ଅଦରକାରୀ ପ୍ଲାଷ୍ଟିକରୁ । ଏଭଳି କମାଲ କରୁଛନ୍ତି ଖଣ୍ଡଗିରିର କିଛି ବସ୍ତି ପିଲା ।

plastic waste
ଆବର୍ଜନାରୁ ତିଆରି ହେଉଛି ରୋବର୍ଟ
author img

By

Published : Dec 14, 2019, 11:46 AM IST

ଭୁବନେଶ୍ବର: କୁନି ପିଲାଙ୍କ କମାଲ । ଛୋଟ ବୟସରେ ଖେଳକୁଦରେ ମାତିବା ବଦଳରେ ତିଆରି କରୁଛନ୍ତି ରୋବର୍ଟ ଓ ଭ୍ୟାକୁମକ୍ଲିନର ଭଳି ସାମଗ୍ରୀ । ତା ପୁଣି ଅଦରକାରୀ ପ୍ଲାଷ୍ଟିକରୁ । ଆମେ କହୁଛୁ ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ରହୁଥିବା କିଛି ବସ୍ତିପିଲାଙ୍କ କଥା ।

ନା ଏମାନେ ଇଂଜିନିୟର ନା ଇଲେକ୍ଟ୍ରିସିଆନ । ହେଲେ ଏମାନଙ୍କ ବୁଦ୍ଧି ଓ କାରୁକାର୍ଯ୍ୟ ଆଗରେ ହାର ମାନିବେ ବଡବଡ ଇଂଜିନିୟର । କିଏ ରୋବର୍ଟ ତିଆରି କରୁଛି ତ କିଏ ପୁଣି ଘରପୋଛା ମେସିନ୍ । ତାହା ପୁଣି ଅଦରକାରୀ ପ୍ଲାଷ୍ଟିକରୁ । ଏଭଳି କମାଲ କରୁଛନ୍ତି ଖଣ୍ଡଗିରିର କିଛି ବସ୍ତି ପିଲା । ସାଧାରଣତଃ ଆମେ ଯାହାକୁ ଅଳିଆ ଭାବି ଫୋପାଡି ଦେଉ ସେଥିରୁ ସେମାନେ ତିଆରି କରୁଛନ୍ତି ଭଳିକି ଭଳି ସାମଗ୍ରୀ । ଏସବୁ କେବଳ ସମ୍ଭବପର ହୋଇପାରିଛି ଏହି କୁନି କୁନି ଷ୍ଟାରଙ୍କ ହାତରେ ।

ଆବର୍ଜନାରୁ ତିଆରି ହେଉଛି ରୋବର୍ଟ

ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ଗୁଡିକ ଖାଲି ଦେଖିବାକୁ ନୁହେଁ କାମରେ ମଧ୍ୟ ପରଫେକ୍ଟ । ଏ ଦେଖନ୍ତୁ ଭ୍ୟାକୁମକ୍ଲିନରକୁ, ଅଦରକାରୀ ପ୍ଲାଷ୍ଟିକରେ ତିଆରି ହୋଇଥିଲେ ବି ଘର ସଫା କରିବାରେ ବ୍ୟବହୃତ ହୋଇପାରୁଛି । ଖାଲି ଭ୍ୟାକୁମ କ୍ଲିନର ନୁହେଁ ଘରର କବାଟ କିଭଳି ଅଟୋମେଟିକ୍ ଖୋଲିବ ତାର ବିକଳ୍ପ ମଡେଲ ମଧ୍ୟ ତିଆରି କରିଛନ୍ତି ଏମାନେ । ଆଉ ଏହି ଶିଶୁଙ୍କ ପାଇଁ ଆଗକୁ ଆସିଛି ଉନ୍ମୁକ୍ତ ଫାଉଣ୍ଡେସନ । ଫାଉଣ୍ଡେସନ ପକ୍ଷରୁ ଶିଶୁଙ୍କୁ ମାଗଣାରେ ଦିଆଯାଉଛି ତାଲିମ୍ ।

ପିଲାଟି ଦିନୁ କିଛି କରିବାର ନିଶା ଏହି ପିଲାମାନଙ୍କୁ ଦେଇଛି ନୂଆ ପରିଚୟ । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ଏତେ ସୁନ୍ଦର ସାମଗ୍ରୀ ହୋଇପାରିବ ତାହା ସମ୍ଭବ କରି ଦେଖାଇଛନ୍ତି ଖଣ୍ଡଗିରିର ଏହି ବସ୍ତିପିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.