ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ, ମିଳୁନି ବାପାଙ୍କ ପତ୍ତା - bbsr news update

ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବୁଲୁଥିବା ୨ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ବାପା ସହିତ ଆସିଥିବାବେଳେ ଏଯାଏଁ ବାପାଙ୍କ ମିଳୁନି ପତ୍ତା । ଅଧିକ ପଢନ୍ତୁ...

ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଶିଶୁ ଉଦ୍ଧାର କଲା ଚାଇଲ୍ଡ ଲାଇନ, ବାପାଙ୍କ ମିଳୁନି ପତ୍ତା

author img

By

Published : Sep 25, 2021, 9:50 PM IST

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡରେ ଅନ୍ଧାରିଆ ରାତିରେ ଅସହାୟ ଅବସ୍ଥାରେ କାନ୍ଦି ବୁଲୁଥିଲେ ଦୁଇ ଶିଶୁ । ଏ ଷ୍ଟାଣ୍ଡରୁ ଆଉ ଏକ ଷ୍ଟାଣ୍ଡ। ବାପା ତୁମେ କୁଆଡେ ଗଲ, ଆମକୁ ଘରକୁ ନେଇ ଯାଅ ବୋଲି ଚିତ୍କାର କରୁଥିଲେ । ଜଣେ ୫ ବର୍ଷର ନାବାଳକ ଓ ଆଉ ଜଣେ ୮ବର୍ଷର ନାବାଳିକା । ବରମୁଣ୍ଡା ବସଷ୍ଟାଣ୍ଡ ପରିସରରେ ଶିଶୁ ଦୁଇଙ୍କୁ ଏପରିି ଅସହାୟ ଅବସ୍ଥାରେ ଦେଖି ସ୍ଥାନୀୟ ଭରତପୁର ପୋଲିସ ଷ୍ଟେସନକୁ ଖବର ଦେଇଥିଲେ। ପରେ ଖବର ପାଇ ଭରତପୁର ପୋଲିସ ସହାୟତାରେ ଚାଇଲଡ ଲାଇନ ଉଭୟ ଶିଶୁଙ୍କୁ ଉଦ୍ଧାର କରିଛି ।

ବରମୁଣ୍ଡା ବସଷ୍ଟାଣ୍ଡରୁ ୨ ଶିଶୁ ଉଦ୍ଧାର କଲା ଚାଇଲ୍ଡ ଲାଇନ, ବାପାଙ୍କ ମିଳୁନି ପତ୍ତା

ଉଦ୍ଧାର ପରେ ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ଦୁଇ ଶିଶୁ ଗଞ୍ଜାମ ଜିଲ୍ଲାର କୋଦଳା ଅଞ୍ଚଳର ବୋଲି ଜଣାପଡିଛି । ପିଲା ଦୁଇଙ୍କ ମା ୪ବର୍ଷ ଧରି ନିଖୋଜ ଥିବାବେଳେ ସେମାନେ ବାପାଙ୍କ ପାଖରେ ରହିଆସୁଥିଲେ । ହେଲେ ଗତକାଲି ତାଙ୍କ ବାପା ତାଙ୍କ ମାକୁ ଭେଟ କରାଇବା କହି ବରମୁଣ୍ଡା ଆଣିଥିଲେ। ହେଲେ ଗୋଟିଏ ସ୍ଥାନରେ ବସାଇ ଦେଇଯାଇଥିବା ବାପା ଆଉ ଫେରି ନଥିଲେ। ଯାହାକୁ ନେଇ ବାପାକୁ ଖୋଜିଖୋଜି ନୟାନ୍ତ ହୋଇ ଭୟଭୀତ ଅବସ୍ଥାରେ ଏଣେତେଣେ ବୁଲିଥିଲେ ଦୁଇ ଶିଶୁ । ପରେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଶିଶୁ ଦୁଇଙ୍କୁ ଉଦ୍ଧାର କରିଥିଲା ଚାଇଲଡ ଲାଇନ ।

ତେବେ କଣ ପିଲାଙ୍କ ବାପା ଉଦ୍ଦେଶ୍ୟମୂଳକ ଭାବେ ବସଷ୍ଟାଣ୍ଡରେ ଛାଡି ଦେଇ କେଉଁ ଆଡେ ଚାଲିଗଲେ ନା ତାଙ୍କ ସହ କିଛି ଦୁର୍ଘଟଣା ଘଟିଛି, ତାହା ଜଣାପଡି ନଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.