ETV Bharat / city

ରାଜଧାନୀରେ ଛୁଆ ବିକ୍ରିର ଡିଲ୍‌, ୧୦ ଦିନର ଛୁଆକୁ ୧୦ ହଜାରେ ବିକ୍ରି ! - ଭୁବନେଶ୍ବର ଭାଇରାଲ ଭିଡିଓ

ରାଜଧାନୀରେ ୧୦ ଦିନର ଛୁଆକୁ ୧୦ ହଜାରରେ ବିକ୍ରି ଅଭିଯୋଗ । ଡିଲ୍ ସମୟର ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

ରାଜଧାନୀର ଛୁଆ ବିକ୍ରି ଡିଲର ଭିଡିଓ ଭାଇରାଲ, ୧୦ ଦିନର ଛୁଆକୁ ୧୦ ହଜାରେ ବିକ୍ରି !

author img

By

Published : Jun 19, 2021, 7:08 AM IST

ଭୁବନେଶ୍ବର:ରାଜଧାନୀରେ ଛୁଆ ବିକ୍ରି ଅଭିଯୋଗ । ୧୦ ଦିନର ଛୁଆକୁ ୧୦ ହଜାରରେ ବିକ୍ରି ହୋଇଥିବା ଓସିପିସିଆର ନିକଟରେ ଚାଇଲ୍ଡ ଲାଇନର ଅଭିଯୋଗ ହୋଇଛି । ଏନେଇ ଘଟଣାର ତଦନ୍ତ ପାଇଁ ଚାଇଲ୍ଡ ଲାଇନ ଚିଠି ଲେଖିଛି ।

ଜଣେ ଦଲାଲ ଜରିଆରେ ଏଭଳି ଏକ ଛୁଆ ବିକ୍ରିର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଛୁଆକୁ ବିକ୍ରି କରାଯାଉଥିବା ଓ ଦଲାଲ ଡିଲ କରୁଥିବାର ଦେଖିବାକୁ ମିଳୁଛି । ଯାହାକୁ ଭିତ୍ତିକରି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ଓସିପିସିଆରକୁ ଜଣାଇଛି ଚାଇଲ୍ଡ ଲାଇନ । ଏନେଇ ଆଜି(ଶନିବାର) ତଦନ୍ତ କରିବ ଚାଇଲ୍ଡ ଲାଇନ ଟିମ । ପ୍ରକୃତରେ ଛୁଆ ବିକ୍ରି ହୋଇଛି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିବ । ଯଦି ହୋଇଥାଏ ତେବେ ଜୁଭେନାଇଲ ଜଷ୍ଟିସ ଆକ୍ଟ ଧାରା ୮୦ ଓ ୮୧ ଆଧାରରେ ଦୋଷୀକୁ ଦଣ୍ଡ ଦିଆଯିବ । ଏନେଇ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ଜଣା ଯାଇଥିବା ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.