ଭୁବନେଶ୍ବର: ଆଜି ରାତି 8ଟା ପରେ ଭୁବନେଶ୍ବର, ଭଦ୍ରକ, କଟକ ସହର ସମେତ ଭୁବନେଶ୍ବର ଉପକଣ୍ଠର 18ଟି ଗାଁରୁ ସଟ୍ଡାଉନ୍ ଉଠାଯିବ । ତେବେ ଏହାପରେ ପୁଣି ଥରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବା ଲାଗି ଦୋକାନ ମାନଙ୍କରେ ଭିଡ ନକରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅନୁରୋଧ କରିଛନ୍ତି ।
କୌଣସି ସାମଗ୍ରୀ ଦୋକାନରୁ ସରିବ ନାହିଁ । ତେଣୁ ଦୋକାନ ମାନଙ୍କରେ ଭିଡ ନକରିବାକୁ ସେ କହିଛନ୍ତି । ଏହାସହ ପ୍ରତି ସମ୍ପ୍ରଦାୟର ନେତାମାନେ ଆଗକୁ ଆସି ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଦର୍ଶାଇଛନ୍ତି ।
ସେପଟେ ସଟ୍ଡାଉନ୍ ସମୟରେ ପୋଲିସର କର୍ତ୍ତବ୍ୟ ଲାଗି ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ଡାଉନ କରାଯାଇଥିବାବେଳେ ଭୁବନେଶ୍ବରର ସୂର୍ଯ୍ୟନଗର ଓ ବର୍ମୀଖାଲ କେସ୍ ଗୋଷ୍ଠୀ ସଂକ୍ରମଣ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହ ଆଗାମୀ 7ରୁ 10 ଦିନ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଜଣାଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ