ETV Bharat / city

ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ; ଆସିପାରେ ନୂଆ ଗାଇଡଲାଇନ - corona

5 ଜିଲ୍ଲା ସଂକ୍ରମଣ ହ୍ରାସ ହୋଇନଥିଲେ ବି କଟକଣା କୋହଳ ହେବ କି ବଳବତ୍ତର ରହିବ ସେ ନେଇ ଅପରାହ୍ନ 2ଟା 30ରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

ମଧ୍ୟାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ
ମଧ୍ୟାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ
author img

By

Published : Jul 15, 2021, 11:07 AM IST

Updated : Jul 15, 2021, 11:40 AM IST

ଭୁବନେଶ୍ବର: ରାଜ୍ୟରେ ଯଥେଷ୍ଟ କମିଛି ଦୈନିକ ସଂକ୍ରମଣ । ଆସନ୍ତାକାଲି ରାଜ୍ୟରେ ସରୁଛି ଆଂଶିକ ଲକଡାଉନ ଅବଧି । 5 ଜିଲ୍ଲା ସଂକ୍ରମଣ ହ୍ରାସ ହୋଇନଥିଲେ ବି କଟକଣା କୋହଳ ହେବ କି ବଳବତ୍ତର ରହିବ ସେ ନେଇ ଅପରାହ୍ନ 2ଟ 30ରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

ଅପରାହ୍ନ 2ଟା 30ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସବାର୍ତ୍ତା ରହିଛି । କୋଭିଡ ପରବର୍ତ୍ତୀ ଗାଇଡ ଲାଇନ, ଆଂଶିକ ଲକଡାଉନ ଓ ଅନଲକ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ । ଏହା ପୂର୍ବରୁ ଜୁନ 16 ତାରିଖରେ ରାଜ୍ୟରେ କୋରୋନା କଟକଣା କୋହଳ ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ରାଜ୍ୟରେ ଅନଲକ ସ୍ଥିତି ନେଇ ରାଜ୍ୟକୁ 2 ଭାଗରେ ବିଭକ୍ତ କରିଛନ୍ତି ସରକାର । କାଟାଗୋରୀ A ରେ 17 ଜିଲ୍ଲା, କାଟାଗୋରୀ B ରେ 13 ଜିଲ୍ଲା ରହିଥିଲା ।

ରାଜ୍ୟରେ କୋରୋନା କଟକଣାର ଆଂଶିକ କଟକଣା ଲାଗୁ ହୋଇଥିଲା । ସଂକ୍ରମଣ କମ ଥିବା ଜିଲ୍ଲା ଗୁଡିକରେ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ଏବେ ବି 5 ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ତେବେ କଟକଣା କୋହଳ ହେଉଛି କି ଜାରି ରହୁଛି ସେ ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 15, 2021, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.