ଭୁବନେଶ୍ବର: କୋଭିଡ ପରିଚାଳନାକୁ ନେଇ ଆଜି (ରବିବାର) ପୂର୍ବାହ୍ନ 10ରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏନେଇ ଟ୍ବିଟ କରି ଜଣାଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।
ସଂକ୍ରମଣର ଚେନ ବ୍ରେକ ପାଇଁ ନିଆଯାଇପାରେ ବଡ଼ ନିଷ୍ପତ୍ତି । ଲକଡ଼ାଉନ ଓ ସଟଡ଼ାଉନ ଭଳି ଶେଷ ଅସ୍ତ୍ର ପ୍ରୟୋଗ କରି ପାରନ୍ତି ରାଜ୍ୟ ସରକାର । ଏହା ସହିତ ଆସିବ ମେ’ ମାସର ଗାଇଡ଼ ଲାଇନ ।
କୋରୋନାର ପ୍ରକୋପ ଧିରେ ଧିରେ ପ୍ରଖର ହେବାରେ ଲାଗିଛି । କୋଭିଡ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଏହାର ପରିଚାଳନାକୁ ନେଇ ବଡ ଘୋଷଣା କରିବେ ମୁଖ୍ୟଶାସନ ସଚିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ