ETV Bharat / city

କୋରୋନା ଭୟ ! କଟକଣା କଡାକଡି କରିବାକୁ ନିର୍ଦ୍ଦେଶ

author img

By

Published : Feb 27, 2021, 7:49 AM IST

କୋରୋନା କଟକଣାକୁ କଡାକଡି କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ ...

କୋରୋନା ଭୟ !
କୋରୋନା ଭୟ !

ଭୁବନେଶ୍ବର: ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହୋଇଛନ୍ତି ରାଜ୍ୟ ସରକାର । ଉଭୟ ଗ୍ରାମ ଓ ସହରାଞ୍ଚଳରେ କୋଭିଡ୍ ନିୟମକୁ ବ୍ୟାପକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ଭିସି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ସୁରେଶ । କୋଭିଡ କଟକଣା କଡାକଡି ପାଳନ କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ । ଜନଗହଳି ସ୍ଥାନରେ ମାସ୍କ ପରିଧାନ ଏବଂ ଦୂରତା ବଜାୟ ରଖିବା ନିୟମକୁ କଡାକଡି କରିବା ପାଇଁ ସୁରେଶ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ସଂକ୍ରମିତ ଲୋକଙ୍କୁ ପ୍ରଥମରୁ ଚିହ୍ନଟ କରି ଚିକିତ୍ସା ଓ ପୃଥକବାସ ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ପରିଚାଳନା ଲାଗି ସେ ଜିଲ୍ଲା ଓ ପଞ୍ଚାୟତଙ୍କୁ ପ୍ରଶଂସା କରିଛନ୍ତି । ଯେଉଁଥି ପାଇଁ ଓଡିଶା ଅପେକ୍ଷାକୃତ ଭାବେ ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି । ସେହିପରି ସମ୍ଭାବ୍ୟ 2ୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ପାଇଁ ଅଧିକ ଦକ୍ଷତା ସହ ଟିମ୍ ମନୋଭାବରେ କାର୍ଯ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ, ସରପଞ୍ଚ, ୱାର୍ଡମେମ୍ବର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ସରପଞ୍ଚ ଓ ୱାର୍ଡମେମ୍ବର ମାନଙ୍କର ବୈଠକ ଡାକି କୋଭିଡ୍ ସଂକ୍ରମଣ, ନିରାକରଣ, ସଂକ୍ରମିତ ଲୋକମାନଙ୍କର ଚିହ୍ନଟ, ସ୍ଵଗୃହରେ ପୃଥକ ବାସ ଓ ଚିକିତ୍ସା ଆଦି ବିଷୟରେ ସବିଶେଷ ଆଲୋଚନା କରିବା ଉନ୍ନୟନ କମିଶନ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ଗାଁ ଓ ସହରରେ ମାଇକ ମାଧ୍ୟମରେ ପ୍ରଚାର ସହ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନକାରୀ ମାନଙ୍କଠାରୁ ଜୋରିମାନା ଆଦାୟ ଆରମ୍ଭ କରିବାକୁ କୁହାଯାଇଛି ।

ଅନ୍ୟ ରାଜ୍ୟ ଓ ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଆର୍.ଟି.ପି.ସି.ଆର ଟେଷ୍ଟ ଏବଂ ନିଜ ଗୃହରେ ପୃଥକବାସ ରହିବେ । କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଆଦି ରାଜ୍ୟରେ ଦେଖା ଦେଇଥିବା 2ୟ ପର୍ଯ୍ୟାୟ ଭୂତାଣୁ ଅଧିକ କ୍ଷତିକାରକ ବୋଲି ସ୍ବାସ୍ଥ୍ୟ ସଚିବ ସତର୍କ କରାଇଛନ୍ତି । ପ୍ରତି ଜିଲ୍ଲାରେ ଅଧିକରୁ ଅଧିକ ଆର୍.ଟି.ପି.ସି.ଆର୍ ଟେଷ୍ଟ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଚିହ୍ନଟ, ପରୀକ୍ଷା ଓ ଗୃହରେ ପୃଥକ ବାସ ଆଦି କାମରେ ସରପଞ୍ଚ, ୱାର୍ଡମେମ୍ବର, ଜନପ୍ରତିନିଧି ଏବଂ ସ୍ବେଚ୍ଛାସେବୀମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି ।

ବିଜୁପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର, ଝାରସୁଗୁଡ଼ା ବିମାନ ବନ୍ଦର ଏବଂ ଓଡ଼ିଶାର ବିଭିନ୍ନ ରେଳ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ଥର୍ମାଲ ସ୍କ୍ରିନିଂ ସହ ଟେଷ୍ଟିଂ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.