ଭୁବନେଶ୍ବର: ଦୁଇ ଦିନିଆ ଆଇଏସ ସମ୍ମିଳନୀ ଲୋକସେବା ଭବନ ପରିସରରେ ନବନିର୍ମିତ କନଭେକ୍ସନ ସେଣ୍ଟରରେ ଅନୁଷ୍ଠିତ ହେଉଛି। ଆଇଏଏସ ଅଫିସରଙ୍କ ସମ୍ମିଳନୀରେ ଅଫିସରଙ୍କୁ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ଅବସରରେ ଆଲୋଚନା ହୋଇଥିବା, ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ସ୍ବଚ୍ଛ ଓ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମ ସହ ବିନା ବାଧାରେ ସମସ୍ତ ସରକାରୀ ସ୍କିମ ଲୋକଙ୍କ ପାଖରେ ଯେମିତି ପହଞ୍ଚିବ ତା ଉପରେ ଗୁରୁତ୍ବ ଦେବାକୁ ଆଗାମୀ ଦିନରେ ଏକ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଏହାସହ ସେ କହିଛନ୍ତି ଯେ, ବହୁତ ଦିନ ପରେ ଏହି ସମ୍ମିଳନୀ ହୋଇଛି । ଗତ ୧୦ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପାଖରେ ଅନେକ ଆହ୍ଵାନ ଥିଲା । ଦ୍ରୁତ ଶିଳ୍ପାୟନ, ସହରୀକରଣ ପ୍ରସାଶନ ପାଇଁ ନୂଆ ଆହ୍ଵାନ ସୃଷ୍ଟି କରିଛି । ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ଏହି ଆହ୍ଵାନକୁ ଗ୍ରହଣ କରିବାକୁ ପଡିବ । ଏହାସହ ସେ କହିଛନ୍ତି ଯେ ଦୁଇ ଦିନିଆ ସମ୍ମିଳନୀ ପାଇଁ ସଚିବ ସ୍ତରରେ ୫ ଟି ଗ୍ରୁପ ଓ ଜିଲ୍ଲାପାଳ ସ୍ତରରେ ୬ ଟି ଗ୍ରୁପ କରାଯାଇଛି। ଆଜି ସେମାନେ ଇକୋ ରିଟ୍ରିଟ୍ ବୁଲି ଯିବେ। ଏହି ସମ୍ମିଳନୀରେ ଯାହା ନିଷ୍କର୍ସ ବାହାରିବ ଆଗାମୀ ଦିନରେ ରାଜ୍ୟର ସାମଗ୍ରୀକ ବିକାଶ ଦିଗରେ ସରକାରଙ୍କ ନିତି ନିର୍ଦ୍ଧାରଣରେ ସହାୟକ ହେବ। ଏହି ଦୁଇ ଦିନିଆ ସମ୍ମିଳନୀରେ ବାହାରି ଥିବା ନିଷ୍କର୍ସକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ ହେବ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ସାମଗ୍ରିକ ଓଡ଼ିଶାର ବିକାଶରେ ଆଗାମୀ 5 ବର୍ଷର ରୋଡ଼ ମ୍ୟାପ ଉପରେ ବୈଠକରେ ଆଲୋଚନା ହୋଇଛି । ଯେମିତିକି ଦ୍ରୁତ ଗତିରେ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇ ପାରିବ। ଏଥିରେ ନୂତନ ବୈଷୟିକ ଜ୍ଞାନ କୌଶଳ ଓ ଉଦ୍ଭାବନ, ଦକ୍ଷତା ବିକାଶ ସଦୁପଯୋଗ, ଭିତ୍ତିଭୂମିର ବିକାଶ, ଓଡ଼ିଶାର ବିଭିନ୍ନ ସହରର ଭବିଷ୍ୟତ ଏବଂ ତାର ବିକାଶ ଏହା ବାଦ ଜୀବନ ଜୀବିକା, ଶିକ୍ଷା,ସ୍ବାସ୍ଥ୍ୟ, ମହିଳା ଶଶକ୍ତିକରଣ, ଜିଲ୍ଲା ପ୍ରଶାସନ ପାଇଁ ଥିବା ଚ୍ୟାଲେଞ୍ଜ ଉପରେ ବିସ୍ତୃତ ଆଲୋଚନା ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ